Breaking News

ପିପିଲି ଓଡିଶା ଜୀବିକା ମିଶନ ମାଧ୍ୟମରେ ମହିଳା ଗୋଷ୍ଠୀଙ୍କୁ କୋଭିଡି-୧୯ ଋଣ ପ୍ରଦାନ

 ପିପିଲି --- ରାଜ୍ୟରେ କରୋନା ଯୋଗୁ ଲକ ଡାଉନଜାରି ରହିଛି । ଯାହା କି କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ ବିଶେଷ ଭାବେ କ୍ଷତିରେ ପଡିଛନ୍ତି । ଏମାନଙ୍କ ମଧ୍ୟରେ ବିଭିନ୍ନ ମହିଳା ଗୋଷ୍ଠୀ ରହିଛନ୍ତି । ଏହାକୁ ନଜର କରି ମୁଖ୍ୟମନ୍ତ୍ରୀ କୋଭିଡି-୧୯ ନାମରେ ଓଡିଶା ଜୀବିକା ମିଶନ ସହଯୋଗରେ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀ କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ଥିବା ସମୟରେ ପିପିଲି ବ୍ଳକରେ ଓଡିଶା ଜୀବିକା ମିଶନ ଗଠନ କରିଥିଲେ । ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀଧର ସାହୁ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଆଜି ବିଧାୟକଙ୍କ ପ୍ରଚେଷ୍ଠାରେ ତେଇଶିପୁର ପଞ୍ଚାୟତର ୨୯ଟି ମହିଳା ଗୋଷ୍ଠୀଙ୍କୁ ସିଣ୍ଡିକେଟ ଓ କାନାରା ବ୍ୟାଙ୍କ ମାଧ୍ୟମରେ ୧୨ ଲକ୍ଷ ୩୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହା ଫଳରେକି ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିବେ । ମହିଳା ଗୋଷ୍ଠୀ ମାନେ ମାଛ, ଘରୋଇ କୁକୁଡା, ଛତୁ, ଘୁଷୁରୀ, ଗାଇ ସହିତ ପନି ପରିବା ଚାଷ ପାଇଁ ଋଣ ପ୍ରଦାନ କରାଯାଇଥିବା ପିପିଲି ବ୍ଳକର ଓଡିଶା ଜୀବିକା ମିଶନର ପ୍ରୋଜେକ୍ଟ ମ୍ୟାନେଜର ଗଣେଶ ଚନ୍ଦ୍ର ସ୍ୱାଇଁ  କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେଇଶିପୁର ସିଣ୍ଡିକେଟ ଓ କାନାରା ବ୍ୟାଙ୍କ ଶାଖା ପରିଚାଳକ ସଂଗ୍ରାମ କେଶରୀ ସେଠୀ , ତେଇଶିପୁର ସରପଞ୍ଚ ନରେନ୍ଦ୍ର ଦାସ, ବ୍ୟାଙ୍କ ମିତ୍ର ଶୁଭଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତିରେ ମହିଳା ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ କରାଯାଇଥିଲା ।
ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts