Breaking News

ସତ୍ୟବାଦୀରେ ଶତାଧିକ ପୁରୁଷ ମହିଳା ବନ୍ଦେ ଉଖିଳ ଜନନୀ ଗାନ କଲେ

ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ଭୂତାଣୁ ସହିତ ଶୀତଳ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରେ ଯେଉଁ ମାନେ ଯୋଦ୍ଧା ଭାବେ ଲଡୁଛନ୍ତି ସେମାନଙ୍କ ମନବଳକୁ ଦୃଢ଼ ଓ ଶକ୍ତି ଯୋଗାଇ ଦେବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୫.୩୦ରେ ସମସ୍ତ ଓଡିଆ ଭାଇ ଭଉଣୀ ମାନଙ୍କୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବା ପାଇଁ ଡାକରା ଦେଇଛନ୍ତି  । ତାଙ୍କରି ଡାକରାକୁ ସତ୍ୟବାଦୀର ଯୁବ ବିଧାୟକ ଉମାକାନ୍ତ ସମାନ୍ତରାଙ୍କ ତତ୍ୱବଧାନରେ ବକୁଳବନ ସ୍ଥିତ ପଞ୍ଚସଖା ମୁକ୍ତଆକାଶ ରଙ୍ଗମଞ୍ଚ ପଡିଆରେ ଶତାଧିକ ଆଶା, ଅଙ୍ଗନୱାଡି, ମହିଳା ଗୋଷ୍ଠୀ, ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଗ୍ନିଶମ, ସାମ୍ବାଦିକ ମାନଙ୍କ ସହିତ ସାଧାରଣ ଜନତା ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା, ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର, ଥାନା ଆଇଆଇସି ଦେବୀ ପ୍ରସାଦ ବରାଳ, ସିଡିପିଓ ପ୍ରେମବାଳା ତ୍ରିପାଠୀ, ସୁପରଭାଇଜର, ଜିଲ୍ଲା ପରିଷଦସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶଙ୍କ ସହିତ କ୍ଳବ ସତ୍ୟବାଦୀର ସଦସ୍ୟ, ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ସୁରେଶ କୁମାର ସାହୁ, ଶଙ୍କର ପ୍ରଧାନଙ୍କ ସହିତ ବିଭିନ୍ନ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସତ୍ୟବାଦୀର କରୋନା ଯୋଦ୍ଧା ମାନଙ୍କୁ ବିଧାୟକ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ ।  ସତ୍ୟବାଦୀର ଗୁରୁକୂଳ ବିଦ୍ୟାର୍ଥୀ ମାନେ ସଂଗୀତ ଗାନ କରିଥିଲେ । ସେହିପରି ବିଭିନ୍ନ ଛକ, ମଠ, କ୍ଳବ ଘର, ଗ୍ରାମରେ ବା ଘରେ ପରିବାର ସଦସ୍ୟ ମାନେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିବାର ଦେଖାଯାଇଥିଲା । ଏହି ଅବସରରେ  କ୍ଳବ ସତ୍ୟବାଦୀ  ପକ୍ଷରୁ ବିଧାୟକ ମାସ୍କ ବଣ୍ଟନ କରିଥିଲେ ।   ସେହିପରି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସମ୍ମୁଖରେ  ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା ।
 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts