>>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • ଖଇରପାଲି କ୍ୱାରେଣ୍ଟାଇନରେ ଶିଶୁକନ୍ୟାର ମୃତ୍ୟୁ ; ଅସହାୟ ପିତା ମାତା


     ବରଗଡ଼---- ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତ ଖଇରପାଲି କ୍ୱାରେଣ୍ଟାଇନରେ ଆଜି ଏକ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଛି | ଦୁଃଖରେ ଭାଙ୍ଗି ପଡିଛନ୍ତି ଅସହାୟ ଗରିବ ପିତା ମାତା । ସରକାରଙ୍କ ଅବହେଳାରୁ କନ୍ୟା ଶିଶୁ ର ମୃତ୍ୟୁ ହୋଇଛି ବୋଲି ଲୋକମାନେ କହନ୍ତି ।   ସୁଚନାଅନୁସାରେ ଆନ୍ଦ୍ରପ୍ରଦେଶରେ ଇଟାଭାଟିରେ କାମ କରୁଥିଲେ ଏହି ପରିବାର।କରୋନା ମହାମାରି ପାଇଁ ସବୁ କାମଧନ୍ଦା ବନ୍ଦ ହୋଇଯିବାରୁ ପଇସା ଓ ଖାଇବା ନ ମିଳିବାରୁ ସେମାନେ ନିଜ ପରିବାର ସହିତ ନିଜ ଗ୍ରାମକୁ ବଡ଼ କଷ୍ଟରେ ଆସିଥିଲେ । ତାଙ୍କର ଯାତ୍ରା ମଧ୍ୟ ଦୁଃଖପୁର୍ଣ ଥିଲା ଏକ ଟ୍ରକ ଉପରେ ଶିଶୁକନ୍ୟାକୁ ଧରି ଭୋକଉପାସରେ ଆନ୍ଦ୍ରପ୍ରଦେଶରୁ ଓଡିଶାର ବରଗଡ଼ ଜିଲ୍ଲା ଅତାବିରାକୁ ଆସିଥିଲେ।  ସେଠାରୁ ଲରାସରା ପଞ୍ଚାୟତରେ ସଙ୍ଘରୋଧ କେନ୍ଦ୍ରକୁ ଗତକାଲି ପ୍ରାୟ ଅପରାହ୍ନ ଗୋଟାଏ ସମୟରେ ପହଞ୍ଚିଥିଲେ । ସମସ୍ତେ ସୁସ୍ଥ ଥିଲେ ହେଲେ ଆଜି ସକାଳ ପ୍ରାୟ ୯ଟା ସମୟରେ ହଠାତ ଶିଶୁଟି ସାମାନ୍ୟ ଅସୁସ୍ଥ ହୋଇପଡିଥିଲା।ତେଣୁ ସ୍ଥାନୀୟ ନୋଡାଲ ଅଫିସର ଭକ୍ତ କନ୍ଦେଇ ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯୋଗାଯୋଗ କରିଥିଲେ । ଡାକ୍ତର କ୍ୱାରେଣ୍ଟାଇନ କେନ୍ଦ୍ରରେ ପହଞ୍ଚି ଶିଶୁକନ୍ୟାକୁ ଚିକିତ୍ସା କରିଥିଲେ ଓ ପରେ ମୃତ ଘୋଷଣା କରିଥିଲେ ।  ଫଳରେ ପୋଲିସ,ତହସିଲଦାର, ବିଡ଼ିଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଖବର ଦେବାପରେ ତହସିଲଦାର ସେଠାକୁ ଯାଇଥିଲେ । ପୋଲିସ ପ୍ରାୟ ଦୁଇଘଣ୍ଟା ବିଳମ୍ବ ରେ ଆସି ଶିଶୁ କନ୍ୟାର ଶବକୁ ନିକଟସ୍ଥ ଝାଉଁନଦୀ ବିଡ଼ିଓ,ପୋଲିସ ଓ ଶିଶୁ କନ୍ୟାର ବାପାଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିବା ଜଣାପଡିଛି । ଶିଶୁ କନ୍ୟାର ମୃତ୍ୟୁର ଏଠାରେ ଦୁଃଖର ବିଷୟ ଏହା ଯେ ଏହି କ୍ୱାରେଣ୍ଟାଇନ କେନ୍ଦ୍ରକୁ ରକ୍ଷଣାବେକ୍ଷଣ ପାଇଁ ୨୧ଜଣ କରୋନା ଯୋଦ୍ଧା ଥିବା ସତ୍ୱେ କାହିଁକି ଏଭଳି ଅବହେଳା ସୃଷ୍ଟି ହେଉଛି ବୋଲି ଗ୍ରାମବାସୀଙ୍କ  ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।କାରଣ କିଛିଦିନ ପୂର୍ବରୁ ଏହି କେନ୍ଦ୍ରରେ ଅବହେଳା ହୋଇଥିବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗୋଟିଏ ପକ୍ଷେ ରାଜ୍ୟ ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିିଛନ୍ତି।  ଏହି ସଂଘରୋଧ ଗୃହ ରେ କନ୍ୟା ଶିଶୁ ର ମୃତ୍ୟୁ କିପରି ହେଲା ଶବ ବ୍ୟବଚ୍ଛେଦ କାହିଁକି କରା ନଯାଇ ଅସହାୟ ଦିନ ଦୁଃଖି ବାପାଙ୍କୁ ଧରି ସତ୍କାର କରିବା କେତେ ଦୂର ଯଥାର୍ଥ ତାହା ଏବେ ଅତାବିରା ଅଞ୍ଚଳରେ ଆଲୋଚନା ର ବିଷୟ ହୋଇଉଠିଛି ।
    ନବୀନ ଦାଶଙ୍କ ରିପୋର୍ଟ 

    Blog Archive

    Popular Posts