ଘରେ ପଶି ଯୁବକଙ୍କୁ ଆକ୍ରମଣ
ପିପିଲି -----ପିପିଲି ଥାନା ଦୁର୍ଗାଦାଶପୁର ପଞ୍ଚାୟତ
ଅନ୍ତର୍ଗତ କାଜିପାଟଣା ଗାଁର ଜଣେ ଯୁବକଙ୍କୁ ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ
ହୋଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି ।
ଦୁର୍ଗାଦାଶପୁର କାଜିପାଟଣା ଗାଁର ମଧୁସୁଦନ ପୃଷ୍ଠିଙ୍କ
ଅଭିଯୋଗ ଅନୁସାରେ ସେ ଘରେ ଥିବାବେଳେ ଉକ୍ତ ଗାଁର ଦୁଇ ଜଣ ଯୁବକ ଓ ସ୍ଥାନୀୟ ସଷ୍ଟସ ଗାଁର ଜଣେ ଯୁବକ ତାଙ୍କ ଘରେ ପଶି ମଧୁଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ । ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ପିପିଲି ପୁଲିସ ଗାଁ ରେ ପହଞ୍ଚି ଗୁରୁତର ମଧୁଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ପିପିଲି ସରକାରୀ ହସ୍ପିଟାଲରେ ଭର୍ତି କରିଥିଲେ । ମଧୁଙ୍କ ବାପା,ମା’ ଓ ସାନ ଭାଇଙ୍କୁ ମଧ୍ୟ ଅଭିଯୁକ୍ତମାନେ ଆକ୍ରମଣ କରିଥିବା ସେ
ଅଭିଯୋଗରେ ଦର୍ଶାଇଛନ୍ତି । ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ଉକ୍ତ ଗାଁକୁ ଯାଇ ତଦନ୍ତ କରି ଫେରିଛନ୍ତି । ଏ ସମ୍ପର୍କରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଅଭିଯୁକ୍ତମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ
ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ପିପିଲି ରୁ ବିଜୟ କୁମାର ମହାପାତ୍ର