ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ଛତିସା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ
ପୁରୀ- ଜୁନ ୫ରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା । ଛତିସା ନିଯୋଗ ବୈଠକରେ ଏନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଭୋର ୧ଟା ରୁ ୪ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉ ମାନଙ୍କ ଧାଡିପହଣ୍ଡି । ପ୍ରାତଃ ୪:୩୦ରେ ହେବ ମଙ୍ଗଳଆଳତୀ। ୪:୪୦ ରେ ମଇଲମ । ୫ଟା ରେ ତଡପ ଲାଗି । ପରେ ଅଧର ପୋଛା, ଅବକାଶ, ରୋଷହୋମ, ବେଶଶେଷ, ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ନୀତି ହେବ।
ସେହିପରି ସକାଳ ୭:୩୦ରୁ ୯:୩୦ ମଧ୍ୟରେ ହେବ ଜଳବିଜେ,ପୂଜା ଓ ସ୍ନାନନୀତି। ୧୦:୩୦ଟାରେ ସ୍ନାନ ବେଦୀରେ ଗଜପତିଙ୍କ ଦ୍ୱାରା ଛେରାପହଁରା । ଦିନ ୧୧ଟା ରୁ ୧୨ ମଧ୍ୟରେ ହାତୀବେଶ। ଦିନ ୧ ରୁ ୩ଟା ମଧ୍ୟରେ ସକାଳ ଧୂପ ନୀତି । ସନ୍ଧ୍ୟା ୫ ରୁ ୮ ମଧ୍ୟରେ ବିଗ୍ରହଙ୍କ ଅଣସର ଘରକୁ ବାହୁଡା଼ ପହଣ୍ଡି ନୀତି। ତେବେ କରୋନା କଟକଣା ଯୋଗୁଁ ସହାଣ ମେଲାଦର୍ଶନ ବନ୍ଦ ରହିବ । ଅନ୍ୟପଟେ ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର କହିଛନ୍ତି ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଗଲା , ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ ଓ ତାଲିକା ମଗା ଯାଇଛି। ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି । ତାଲିକା ପାଇବା ପରେ ୩୦ରେ ପରିଚାଳନା କମିଟି ମିଟିଂ ରେ ଚୂଡାନ୍ତ ନିଷ୍ପତ୍ତି ହେବ।
ପୁରୀ ରୁ ଜୟନ୍ତ କୁମାର ସେଠୀ