ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ
କୁଜଙ୍ଗ-----କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୋଭିଡ଼-୧୯ର ମୁକାବିଲା ପାଇଁ ଯୁଦ୍ଧ ଜାରିରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼-୧୯ ରିଲିଫ୍ ଫଣ୍ଡକୁ ସହାୟତା ନିମନ୍ତେ କରିଥିବା ନିବେଦନ କ୍ରମେ କୁଜଙ୍ଗ ପଞ୍ଚାୟତ ମହାସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୨ ହଜାର ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି କୁଜଙ୍ଗ ମହାସଙ୍ଘର ଏମ୍ବିକେ ଜ୍ୟୋତ୍ସ୍ନାରାଣୀ ଦାସ, ସଭାନେତ୍ରୀ ସବିତା ସାହୁ, ସଂପାଦିକା ଜ୍ୟୋତିର୍ମୟୀ ଦାସ ଓ ପୂର୍ବତନ ସଂପାଦିକା ସୀମା ପଢ଼ିଆରୀ, ସଭ୍ୟା କମଳା ଦାସ ଓଡ଼ିଶା ଜିବୀକା ମିଶନର ବିଏଲ୍ସି ମୀନାବାଳା ସାହୁ ପ୍ରମୁଖ କୁଜଙ୍ଗ ବ୍ଲକ୍ର ଭାରପ୍ରାପ୍ତ ବିଡିଓଙ୍କ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର