Breaking News

ଗଣ୍ଡଗୋଳରେ ମହିଳା ଆହତ

ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମରେ ଆଜି ସକାଳେ ଜଣେ ମହିଳାଙ୍କୁ ସଂପୃକ୍ତ ଗ୍ରାମର ଦୁଇ ଜଣ ବ୍ୟକ୍ତି ମାଡ ମାରି ଆହତ କରିଥିବାର ବେଗୁନିଆ ଥାନାରେ  ଅଭିଯୋଗ ହୋଇଛି । ସନ୍ତୋଷ କୁମାର ନାୟକ ବାହାର ଜାଗାରୁ ଆସି ଦୀର୍ଘ ବାରବର୍ଷ ହେଲା ଘରଦ୍ୱାର କରି ରହି ଆସୁଛନ୍ତି । କିନ୍ତୁ ତାଙ୍କର ପଡୋଶୀ କବିରାଜ ବରାଳ ଓ ସଞୟ କୁମାର ସାହୁ ତାଙ୍କୁ ସବୁବେଳେ ଦେଖେଇ ଶିଖେଇ  ହୋଇ ବିଭିନ୍ନ କଥା କହିଥାନ୍ତି । ଆଜି ସକାଳୁ ସଂପୃକ୍ତ ବ୍ୟକ୍ତି ଦ୍ୱୟ ସନ୍ତୋଷଙ୍କ ଘରେ ପଶି  ତାଙ୍କ ପତ୍ନୀ ଝୁନୁଲତା ବରାଡଙ୍କୁ  ଗାଳିଗୁଲଜ କରି  ମାଡ ମାରି ଆହତ କରିଥିଲେ । ସେ ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗ କରିଥିଲେ । ବେଗୁନିଆ ପୋଲିସ ଅଭିଯୋଗକୁ ଭିତିକରି ୧୦୮/୨୦ ନମ୍ବର କେସ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts