ସଂଗରୋଧ ଗୃହରୁ ୩୪ ଜଣ ପ୍ରବାସୀ ଓଡିଆ ଘରକୁ ଗଲେ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ମୁନିାନ୍ଦା ଗ୍ରାମ ପଞ୍ଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ୱାରେଣ୍ଟାଇନ କେନ୍ଦ୍ର କରାଯାଇଛି । ସେଠାରେ ମୁନିନ୍ଦା ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ପ୍ରବାସୀ ଓଡିଆ ୩୪ ଜଣ ବୁଧବାର ଦିନ ସେମାନଙ୍କ ଘରକୁ ଯାଇଛନ୍ତି । ସେମାନେ ବିଡିଓ କ୍ଷୀରୋଦ୍ର ପ୍ରଧାନ ଓ ପଞ୍ଚାୟତର ସରପଞ୍ଚ ସଂଧ୍ୟାରାଣୀ ପରିଡା, ନୋଡାଲ ଅଫିସର, ଶିକ୍ଷକ, ଆଶା, ଅଙ୍ଗନୱାଡି କର୍ମୀ ଙ୍କ ସହ ଅନ୍ୟ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇ ନିଜ ନିଜ ଘରକୁ ଯାଇଥିଲେ । ସରକାରଙ୍କ ନିୟମ ଅନୁସାରେ ଏଠାରୁ ଗଲା ପରେ ମଧ୍ୟ ନିଜ ଘରେ ସଂଗରୋଧ ଗୃହରେ ରହିବେ ବୋଲି ଚୁକ୍ତିପତ୍ର କରିଥିବା ସମ୍ପର୍କେ ସରପଞ୍ଚସଂଧ୍ୟାରାଣୀ ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି