Breaking News

ଖୁଣ୍ଟୁବନ୍ଧ ସଙ୍ଗରୋଧ ଗୃହରୁ ୪୬ଜଣ ପ୍ରବାସୀ ଘରକୁ ପ୍ରତ୍ୟାବର୍ତ୍ତନ କଲେ


ଓଡ଼ଗାଁ/କୁରାଳ - ସରୁଛି ପ୍ରବାସୀ ଓଡ଼ିଆଙ୍କ ସଙ୍ଗରୋଧ ଗୃହ ଅବଧି ।ଘରକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ।ନୟାଗଡ଼ ଜିଲ୍ଲା ଖୁଣ୍ଟୁବନ୍ଧ ଗ୍ରାମପଞ୍ଚାୟତ ସଙ୍ଗରୋଧ ଗୃହରେ ଥିବା ପ୍ରାୟ ୪୬ ଜଣ ପ୍ରବାସୀ ଆଜି ସଙ୍ଗରୋଧ ଗୃହ ଅବଧି ସାରି ଘରକୁ ଫେରିଛନ୍ତି ।ଫେରିବା ସମୟରେ ସମସ୍ତଙ୍କୁ ଘରେ ସାତ ଦିନ ଗୃହବନ୍ଦୀ ହୋଇ ରହିବା ସହ ପରିଷ୍କାର ପରିଚ୍ଛନ୍ନତା ଏବଂ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ସେଠୀ ସମସ୍ତଙ୍କୁ କୋଭିଡ ୧୯ ଆନୁଷ୍ଠାନିକ ସଙ୍ଗରୋଧ ଅବ୍ୟାହତ ପ୍ରମାଣପତ୍ର,କୋଭିଡ ୧୯ ସଙ୍ଗରୋଧ ଡ଼ିସଚାର୍ଜ ସାର୍ଟିଫିକେଟ ସହ କରତାଲି ଦେଇ ଉତ୍ସାହିତ କରିବା ସହ ଶୁଭ ବିଦାୟ ଜଣାଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ବିଡ଼ିଓ ମନୋଜ ପାତ୍ର,ସରପଞ୍ଚ ସତ୍ୟବାନ ନାୟକଙ୍କ ସମେତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ସେଠୀ ,ଶିକ୍ଷକ ବୈଷ୍ଣବ ମହାନ୍ତି ଏବଂ ସୁଶାନ୍ତ ପ୍ରଧାନ ସମସ୍ତ ଆଶା କର୍ମୀ ,ନୟାଗଡ ସି.ଆର.ସି.ସି ,ସ୍ବାସ୍ଥ୍ୟ କର୍ମୀ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଆୟୁଷ ଡାକ୍ତର ତପସ୍ୱିନୀ ଓଝା ସମସ୍ତ ଫେରନ୍ତାଙ୍କ ଥର୍ମାଲ ସ୍କିଂନିଂ କରିଥିଲେ ଏବଂ ତାପମାତ୍ରା ୩୫°ସେଲ୍ସିୟସ ଥିବା ବ୍ୟକ୍ତିଙ୍କୁ ଘରେ ଗୃହବନ୍ଦୀ ଭାବରେ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts