Breaking News

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତକୁ ପଥମ ସୁରାଟ ଫେରନ୍ତା


ସାକ୍ଷୀଗୋପାଳ ----  ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଯାହା ଫଳରେକି ବିଭିନ୍ନ ରାଜ୍ୟରେ ଓଡିଆ ମାନେ ଫସି ରହିଛନ୍ତି । ରାଜ୍ୟ ସରକାର ଏମାନଙ୍କୁ ନିଜ ଘରକୁ ଆଣିବା ପାଇଁ  ଆରମ୍ଭ ହୋଇଛି ଉଦ୍ଦ୍ୟମ । ଆଜି ସକାଳେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଜଣେ ଯୁବକ ଓଭରବ୍ରିଜ ତଳେ ଠିଆ ହୋଇଥିବା ବେଳେ ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର ସନ୍ଦେହ କରି ଯୁବକ ଜଣଙ୍କୁ ପଚାରା ପଚରି କରିବାରୁ ସେ ସୁରାଟରୁ ଆସିଥିବା ସମ୍ପର୍କେ କହିଥିଲେ । ଯୁବକ ଜଣଙ୍କୁ ଅଟକାଇ ସଙ୍ଗେ ସଙ୍ଗେ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କୁ ଖବର ଦେଇଥିଲେ । ଯୁବକ ଜଣଙ୍କୁ ପଞ୍ଚାୟତର ବେଣାକେରା ଗ୍ରାମରେ କରାଯାଇଥିବା ସଂଘରୋଧ ଗୃହରେ ରଖାଯିବ ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଯୁବକ ଜଣଙ୍କୁ ଚିହ୍ନଟ କରିବା ସହ ସମସ୍ତ ସହଯୋଗ କରିଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts