Breaking News

ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଘୋଷଣା ପରେ ଧାରଣା ଦେଲେ ଗ୍ରାମବାସୀ


ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତର ଅଳଉତା ଗ୍ରାମକୁ ବ୍ଳକ ପ୍ରଶାସନ ପକ୍ଷରୁ କଣ୍ଟମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହା କରାଯିବା ପରେ ଆଜି ସକାଳୁ ଗ୍ରାମ ବାସୀ ମାନେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ଲଗାଇ ଧାରଣା ଦେଇଛନ୍ତି । ବିଶେଷ କରି  ମୋବାଇଲି ଭଏସ ରେକର୍ଡ ଭାଇରାଲ ହେବା ସହ ଅଧିକାରୀଙ୍କ ଯୋଗୁ ଆଜି ଗ୍ରାମ କଣ୍ଟନମେଣ୍ଟ ଜୋନ କରାଯାଇଛି ବୋଲି ଗ୍ରାମବାସୀ ମାନେ କହନ୍ତି । ଅଧିକାରୀଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ଏବଂ ଗ୍ରାମକୁ ତୁରନ୍ତ ପାନୀୟ ଜଳ ଓ ଆବଶ୍ୟକୀୟ ସମାଗ୍ରୀ ଯୋଗାଇ ଦେବା ଦାବିରେ ଧାରଣା ଦେଇଥିବା ଜଣାପଡିଛି । ସକାଳେ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତତ୍ୱରେ ଡେଲାଙ୍ଗ ଅଗ୍ନିଶମ ବିଭାଗ ଗ୍ରାମକୁ ବିଶୋଧନ କରିଥିବା ଜଣାପଡିଛି । ଅନ୍ୟ ପକ୍ଷେ ଏହାକୁ ନେଇ କେହି ରାଜନୈତିକ ନ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts