ଅଗ୍ନିକାଣ୍ଡରେ ଜଳିଗଲା ଛଣଗଦା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ କେହି ଦୁର୍ବୁତ ବାରିରେ ଥୁଆ ହୋଇଥିବା ଛଣ ଗଦାରେ ନିଆଁ ଲଗାଇ ଦେବାରୁ ତାହା ପୋଡି ପାଉଁଶ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଧରମା ବେହେରାଙ୍କ ପ୍ରାୟ ୫ହଜାର ଛଣ ଗଦା ମରାଯାଇଥିଲା । ଗୁରୁବାର ରାତିରେ କେହି ଦୁବୁର୍ତ୍ତ ଛଣ ଗଦାରେ ନିଆଁ ଲଗାଇ ଦେଇଥିବା ଧରମା କହନ୍ତି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ଆଗ୍ନିକ ଦୀପକ ବେହେରା ସଦଳବଳେ ଦୁଇଟି ଗାଡି ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି