Breaking News

ଗୋଟିଏ କାର୍ଯ୍ୟକୁ ଦୁଇ ଦୁଇ ଥର ଶିଳାନ୍ୟାସ

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ପାଇଁ  ଦୁଇ ଦୁଇ ଥର ଶିଳନ୍ୟାସ ହୋଇଛି ।  ବ୍ଳକ ପ୍ରଶାସନ ପକ୍ଷରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ  ନିକଟରେ କରାଯିବା ପାଇଁ ନିସ୍ପତି କରାଯାଇଥିଲା ।  ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସହ ଅନ୍ୟ ମାନଙ୍କ ଉପସ୍ଥିତିରେ ୨୦୧୯ରେ ନଡିଆ ବାଡେଇ  ଶିଳାନ୍ୟାସ କରିଥିଲେ । ଫନି ବାତ୍ୟା ଯୋଗୁ ଘର କାର୍ଯ୍ୟ ନ ହୋଇ ପଡି ରହିଥିଲା ।  ଉକ୍ତ ସ୍ଥାନରେ ପୁର୍ନବାର ଶିଳାନ୍ୟାସ ବା ଭୂମିପୂଜା କରାଯାଇଛି । ବଳପରୁ ସରପଞ୍ଚ ତ୍ରିନାଥ ମହାପାତ୍ର, ବିଡିଓ ସରୋଜ କୁମାର ଦତ୍ତ, ବ୍ଳକର ସହକାରୀ ଯନ୍ତ୍ରୀ ଓ ସମାଜସେବୀ ଗୋବିନ୍ଦ ମହାପାତ୍ର ନଡିଆ ବାଡେଇ ଉକ୍ତ ସ୍ଥାନରେ ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରୂପରାଜ ବେହେରା, ମନ୍ଦାକିନି ବେହେରା, ସସ୍ମିତା ଭୋଇ, ବୁଦ୍ଧି ସାହାଣୀ, ବୁଲୁ ନାୟକ, ରବି ସ୍ୱାଇଁ ଓ ଗଙ୍ଗାଧର ନାୟକ ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ଅନ୍ୟ ପକ୍ଷେ ଲୋକମାନେ କହୁଛନ୍ତି ଗୋଟିଏ କାର୍ଯ୍ୟକୁ ଦୁଇ ଦୁଇ ଥର ଶିଳାନ୍ୟାସ କରିବାର ପରେ ଏବେ ଆଲେଚନାର ବିସୟବସ୍ତୁ ହୋଇ ପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts