ଫନି କ୍ଷତିଗସ୍ତ ଅସହାୟ ମାନଙ୍କର ବିକ୍ଷୋଭ ଓ ଧାରଣା ; ଦ୍ୱତୀୟ ଦିନରେ ପହଞ୍ଚଲା ,ଶତାଧିକ ମହିଳା ଯୋଗଦେଲେ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଫନି କ୍ଷତିଗସ୍ତ ଅସହାୟ ପରିବାର ଚିହ୍ନଟ ତାଲିକା ପ୍ରସ୍ତୁତିରେ କିଛି ପରିବାରଙ୍କୁ ବାଦ ମଧ୍ୟ କରାଯାଇଛି । ଏ ସମ୍ପର୍କରେ ଅନେକ ଥର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ, ରାସ୍ତାରୋକ, ଜିଲ୍ଲା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆନ୍ଦୋଳନ ସମୟରେ ତଦନ୍ତ କରାଯାଇ ନାମ ଯୋଗ କରାଯିବ ବୋଲି କେବଳ ମିଳିଛି ଆଶ୍ୱସନା । ଅନ୍ୟ ପକ୍ଷେ ଫନିକୁ ଏକ ବର୍ଷ ପୁରି ଯାଇଥିଲେ ମଧ୍ୟ ତଦନ୍ତ ହୋଇ ପାରିନାହିଁ ବୋଲି ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି ର ଆବାହକ ତଥା ନବନିର୍ମାଣ କୃଷକ ସଂଗଠନ ଓଡିଶା ରାଜ୍ୟ କମିଟି ସଭ୍ୟ ଗୋବିନ୍ଦ ମହାପାତ୍ର କହିଛନ୍ତି । ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି ସତ୍ୟବାଦୀ ପକ୍ଷରୁ ୬ ଦଫା ସମ୍ମଳିତ ଏକ ଦାବି ପତ୍ର ପୁରୀ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ସମସ୍ତ ପଦାଧିକାରୀଙ୍କୁ ପ୍ରଦାନ କରାଯାଇଛି । ସାତ ଦିନ ମଧ୍ୟରେ ଉକ୍ତ ଦାବୀ ଗୁଡିକ ସମାଧାନ କରାନଗଲେ ସତ୍ୟବାଦୀ ଓଭରବିଜ ତଳେ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ, ସୁଆଣ୍ଡୋ ସେତୁ ସଂଗଠନ, କୋଣାର୍କ ସୁରକ୍ଷା ସମିତି, ମା ଗଣ୍ଡଚଣ୍ଡୀ ହରିଜନ ମହିଳା ମହାସଂଘ, ସତ୍ୟବାଦୀ ବଞ୍ଚାୟ୍ର ଆନ୍ଦୋଳନ, ପୁରୀ ଜିଲ୍ଲା ନଡିଆ ଚାଷୀ ମହାସଂଘ, ସତ୍ୟବାଦୀ ସଚେତନ ନାଗରିକ ମଞ୍ଚପ୍ରମୁଖ ସଂଗଠନ ଏଥିରେ ସାମିଲ ହୋଇଥିବାର ଜଣାପଡିଛି । ଫଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳଙ୍କ ସହିତ ୨ୟ ଦିନରେ ବୁଲୁ ନାୟକ, ବିମଳା ପ୍ରଧାନ, ସାବିତ୍ରୀ ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ରୁମା ପ୍ରଧାନ, କାଳିକା ବରାଳ, ଜମୁନା ବିଶ୍ୱାଳ, ପାଇଛା ପରିଡା, ବିଷ୍ଣୁପିୟା ରଥ, ସତ୍ୟବାନ ପ୍ରଧାନ, କୁନ୍ତଳା ସାସମଲ, ଶାନ୍ତି ସାସମଲ, କମଳା ନାୟକ, ରମା ସେଠୀ, ମମତା ବରାଳ, ଚମ୍ପା ବରାଳ, ରଙ୍ଗ ପ୍ରଧାନ, ଝରଣା ପ୍ରଧାନ ବହୁ ମହିଳା ପ୍ରମୁଖ ଆଜି ଦୁତୀୟ ଦିନରେ ଧାରଣା, ବିକ୍ଷୋଭ ଓ ଅନଶନରେ ବସି ରହିଛନ୍ତି । ଅନ୍ୟ ପକ୍ଷେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କର୍ମକର୍ତ୍ତା କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି