Breaking News

ନକଲି କୀଟ ନାଶକ ଠୁଁ ବଳି ପଡୁଛି ସରକାରୀ ନକଲି ବିହନ




  ବରଗଡ଼ ----- ୩୫ଏକର ବାଦାମ ଫସଲ ସମ୍ପୂର୍ଣ୍ଣ ନଷ୍ଟ।ଅଧୁନା ପୃଥିବୀରେ ମହାମାରୀ କରୋନା ଯୋଗୁଁ ଲୋକେ ଭୟ କରୁଛନ୍ତି ନିଜ ଜୀବନର ସୁରକ୍ଷାକୁ ନେଇ । ପେଟ ପୁରିଲେ ତ ମଣିଷ କରୋନା ହେଉ କି ଆଉ କୋଉ ରୋଗ ସହ ଲଢ଼ି ପାରିବ।ସମସ୍ତଙ୍କ ମୁହଁରେ ଖାଦ୍ୟ ଦେଉଥିବା କୃଷକ ଯଦି ସାର୍ବସ୍ୱାନ୍ତ ହୋଇପଡେ ତେବେ ଦେଶ ତଥା ରାଜ୍ୟର ଅଵସ୍ଥା କଣ ହେବ ତାହା ନିଶ୍ଚିତ ଅନୁମେୟ । ଆଜି ଏଭଳି ସମସ୍ୟା ଦେଖାଦେଇଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ। ଅତାବିରା ବ୍ଲକ ଲହଣ୍ଡା ଗ୍ରାମର ୩୫ ଏକରରୁ ଉର୍ଦ୍ଧ୍ବ ଚିନାବାଦାମ ଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଚାଷୀଙ୍କ କହିବା ଅନୁସାରେ ସେମାନେ ୩୩ପ୍ରତିଶତ ସଵସିଟି ଦରରେ ଅତାବିରା କୃଷି ବିଭାଗ ପକ୍ଷରୁ ଏକର ପିଛା ୩୦କେଜି ଲେଖାଏଁ ଚିନାବାଦାମ ବିହନ କିଣି ଚାଷ କରିଥିଲେ।କିନ୍ତୁ ଏବେ ଫସଲ ପୁରା ନଷ୍ଟ ହୋଇଛି।ଗୋଟିଏ ହେଲେ ଗଛରୁ ଚିନାବାଦାମ ମଞ୍ଜି ବାହାରୁ ନି।ସେମାନଙ୍କ କହିବା ଅନୁସାରେ ନକଲି ବିହନ ଯୋଗୁଁ ଗଛ ହେଇଛି ସତ ହେଲେ ଫଳ ନାହିଁ।ଏହାସହ ବିଭିନ୍ନ ରୋଗ ପୋକର ପ୍ରାଦୁର୍ଭାବ ଦେଖାଦେଇଛି।ଯେତେ କୀଟନାଶକ ଔଷଧ ଛିଞ୍ଚନ କଲେ ମଧ୍ୟ ନକଲି ଔଷଧ ଯୋଗୁଁ ରୋଗ ପୋକ ଛାଡ଼ୁନି।ଔଷଧ ଛିଞ୍ଚନ କରି ଅଧିକ ଖର୍ଚ୍ଚାନ୍ତ ସହିବାକୁ ପଡିଛି।ତଥାପି ମଧ୍ୟ ମନରେ ଅସୀମ ଧୈର୍ଯ୍ୟ ବାନ୍ଧିରଖି ଫସଲର ଯତ୍ନ ନେଇ ଚାଲିଥିଲେ ଚାଷୀ। କିନ୍ତୁ ତାହା ମଧ୍ୟ କାଳ ବୈଶାଖୀର କରା ମାଡରେ ଭାଙ୍ଗି ଚୁର ମାର ହୋଇଯାଇଛି।ଯାହା କିଛି ଫସଲ ଭଲ ହେବାର ଆଶା ଥିଲା ସବୁ ନଷ୍ଟ ହୋଇଗଲା।ଏବେ ଅମଳ ବେଲେ ଗଛ ଉପାଡି ଦେଲେ ଯେଉଁ ଗୋଟେ ଅଧେ ଫଳ ଥିଲା ତାହା ବି ମଞ୍ଜି ଶୂନ୍ୟ।ବାଦାମ ଚାଷୀ ସୁବଳ ମହାକୁରଙ୍କ ସମେତ ସମସ୍ତ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି।ଏବେ କଣ କରିବେ କେମିତି କୃଷି ଋଣ ସୁଝିବେ ତାହା ଚିନ୍ତାର ବିଷୟ ହୋଇଛି।ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଚାଷ ପ୍ରଣାଳୀ ବିଷୟରେ  ସିଧାସଳଖ ତାଲିମ ନଦେଇ କେବଳ କାଁ ଭାଁ କେତେ ଚାଷୀଙ୍କ ମୋବାଇଲ ମାଧ୍ୟମରେ ଚାଷ ପ୍ରକ୍ରିୟା ଉପରେ ସୂଚନା ଦେଇଥିଲେ।ଏହି ସୂଚନାକୁ ଅନୁସରଣ କରି ଚାଷ କାର୍ଯ୍ୟ କରିଥିଲେ ଏହି ବାଦାମ ଚାଷୀମାନେ।ହେଲେ ଆଜି ଯାଏଁ କୌଣସି କୃଷି ଅଧିକାରୀ ବାବୁ ମାନଙ୍କର ପାଦ ଏଇ ଚାଷକୁ ଥରେ ଦେଖିବା ପାଇଁ  ବା ତାଙ୍କର ବତେଇ ଥିବା ପ୍ରଣାଳୀ କେତେ ଦୂର  ସଫଳ ହୋଇଛି ତାହା ତଦନ୍ତ କରିବା ପାଇଁ ମଧ୍ୟ ଏମାନଙ୍କ ପାଖରେ ସମୟ ଟିକିଏ ନାହିଁ।ଫଳରେ କୀଟ ନାଶକ ତିଆରି କରୁଥିବା କମ୍ପାନୀ ଗୁଡିକ ମାଲାମାଲ ହେଉଥିବାବେଳେ ଝାଳ ବୁହା ପରିଶ୍ରମ କରୁଥିବା ଚାଷୀ ଫସଲ ହାନି ହୋଇ ଆତ୍ମହତ୍ୟା କରୁଛି।ଏଭଳି ନକଲି କୀଟ ନାଶକ ଔଷଧ ଓ ନକଲି ବିହନର ଶିକାର ହୋଇ ଯଦି ଚାଷୀ ଚାଷ କରି ଚାଲେ ତେବେ ନିକଟରେ ଆଉ ଏକ ନଅଙ୍କ ଦୁର୍ଭିକ୍ଷ ଏଇ ପୃଥିବୀରେ ଦେଖାଦେବ ଏଥିରେ ତିଳେ ହେଁ ସନ୍ଦେହ ନାହିଁ। ତେଣୁ ସରକାର ଏପରି ଅସାଧୁ  ଅଧିକାରୀ ତଥା ଅଧିକାରୀ ମାନଙ୍କ ସହ ମିଶି ନିଜ ସ୍ୱାର୍ଥ ହାସଲ କରି ମାଲାମାଲ ହେଉଥିବା ବେପାରୀ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଚାଷୀ ଓ ଚାଷ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଚାଷ ଓ ଚାଷୀ ଜନିତ ସମସ୍ୟାକୁ ଦୁରକରି ପୃଥିବୀକୁ ଦୁର୍ଭିକ୍ଷର ଆହ୍ୱାନରୁ ରକ୍ଷା କରିବା ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ନଜର ଦେବା ସହ ତଦନ୍ତ କରିବା ପାଇଁ ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।
 ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts