Breaking News

ବରୀରେ ବସ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଗଡିବନି ବସ

ବରୀ---ବରୀରେ ବସ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଗଡିବନି ବସ । ସରକାର ନିକଟରେ ଦାବି ଜଣାଇଲେ ବସ ଡ୍ରାଇଭର,କଣ୍ଡକ୍ଟର ଓ ହେଲପର ସଂଘ । ମହାମାରୀ କରୋନା ଯୋଗୁ ୨ ମାସରୁ ଉର୍ଦ୍ଧ ହେବ ରାଜ୍ୟରେ ଲକ ଡାଉନ ଓ ସଟ ଡାଉନ ହେବା ଯୋଗୁ ବସ ଚଳାଚଳ ବନ୍ଦ ରହିଛି । ଏବେ ରାଜ୍ୟ ସରକାର ଘରୋଇ ବସ ଚଳାଚଳ  କରିବାକୁ ନିଷ୍ପତି ନେଇଥିବା ବେଳେ ହେଲେ ଦୀର୍ଘ ଦିନ କାମ ଧନ୍ଦା ନଥିବାରୁ ଘରୋଇ ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଶୁକ୍ରବାର ଦିନ ପୂର୍ବାହ୍ନରେ ସଂଘ ପକ୍ଷରୁ ବରୀ କୃପାସିନ୍ଧୁ ବିଦ୍ୟା ଭବନ ପଡିଆ ଠାରେ ବରୀ ଅଂଚଳର କାର୍ଯ୍ୟରତ ବସ୍ କର୍ମଚାରୀଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ଦାବି ତଥା ମହାମାରୀ କରୋନାରେ ବସ୍ କର୍ମଚାରୀ ଅକ୍ରାନ୍ତ ହୁଅନ୍ତି ତାହାର ସମସ୍ତ ଖର୍ଚ୍ଚ ବସ ମାଲିକ କିମ୍ବା ସରକାର ବହନ କରିବାକୁ ଦାବି  କରିଛନ୍ତି । ଯଦି ସରକାର ତାଙ୍କ ଦାବି ପୂରଣ ନକରନ୍ତି ତାହା ହେଲେ ସେମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସଂଘ ତରଫରୁ କୁହାଯାଇଛି ।  ସଂଘର ସଭାପତି ପ୍ରଣବ କୁମାର ଦାସ,ଉପ-ସଭାପତି ଅନାମ ଚରଣ ଜେନା,ସମ୍ପାଦକ ରମାକାନ୍ତ ବେହେରା, ଉପ-ସମ୍ପାଦକ ଅମର ପଣ୍ଡା,କୋଷାଧ୍ୟକ୍ଷ ଶୁଭକାନ୍ତ ବାରିକ ,  ମନ୍ଦନ ବେହେରା,କାତ୍ତିକ ସାହୁ, ଅନନ୍ତ ସିଂ, ନିହାର ରଂଜନ ଦାସ, ରମେଶ ଚନ୍ଦ୍ର ସାହୁ ଓ ୧୫ ଜଣିଆ ସଭ୍ୟ ସହ ବହୁ ସଂଖ୍ୟାରେ ଡ୍ରାଇଭର,ହେଲପର ଓ କଣ୍ଡକଟର ଉପସ୍ଥିତ ରହିଥିଲେ ।
 ଯାଜପୁର/ ବରୀରୁ ଦର୍ଶନ ବେହେରା






Blog Archive

Popular Posts