Breaking News

ରକ୍ତ ତୀର୍ଥ କଳାମାଟିଆରେ ସହିଦ ସ୍ମାରକୀ ପାଇଁ ଭୂମୀପୂଜା

ବରୀ-  ରକ୍ତ ତୀର୍ଥ କଳାମାଟିଆ । ଯେଉଁଠି ମୁଠାଏ ମାଟି ଚିପୁଡିଲେ ଆଞ୍‌ୁଳାଏ ରକ୍ତ ନିଗିଡେ । ୧୯୪୨ ମସିହା ଅଗଷ୍ଟ ୨୬ ରାକ୍ଷି ପୂଣ୍ଣିମା ଦିନ ଏହି ବୀର ମାଟିରେ ସହିଦ୍ ହୋଇଥିଲେ ସାଉଁଣ୍ଟି, ସାନନ୍ଦ, ହାଡିବନ୍ଧୁ, ମୟାଧର । ଏହି ସ୍ମୃତି ପୀଠର ଦହନୀୟତାକୁ ଦୀର୍ଘ ୭୮ ବର୍ଷ ମଧ୍ୟରେ କୈାଣସି ନିର୍ବାଚିତ ଜନପ୍ରତିନିଧି ମାନଙ୍କର ନଜର ନଆସିବା ଘଟଣା ସତେ ଯେମିତ ବରୀ ବାସୀଙ୍କ ପାଇ ଏକ ଉପହାସ ଥିଲା । ମାତ୍ର ବରୀ ମାଟିରୁ ଜନ୍ମ ହୋଇଥିବା ଓ ଏଇ ମାଟିର ସ୍ମୃତିକୁ ମନେ ରଖିବା ପାଇଁ ବର୍ତ୍ତମାନର ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ନିଜସ୍ୱ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅର୍ଥ ବରାଦ କରି ଭୂମୀ ପୂଜା କରି ଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ବହୁ ବୃଦ୍ଧିଜୀବୀ ଓ ସ୍ୱାଧିନତା ସଂଗ୍ରାମୀ ପରିବାର ତରଫରୁ ତାଙ୍କର ଏହି ମହନୀୟତା ପାଇଁ ପ୍ରଶଂସା କରାଯାଇଛି । ସରପଞ୍ଚ ସମୀର ମଲ୍ଲିକ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଦେବେନ୍ଦ୍ର ଦାସ, ହାଡିବନ୍ଧୁ ସାହୁ, ବିଜେଡି ସଭାପତି କେଦାର ସାମଲ,ସାମାଜିକ କର୍ମୀ ବାଞ୍ଛାନିଧି ସାହୁ , ଶୁକଦେବ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା

Blog Archive

Popular Posts