ଆଲିହା ନିକଟ ରେ ସଡକ ଦୃଘଟଣା,ଘଟଣା ସ୍ଥଳ ରେ ଜଣେ ମୃତ ଓ ଜଣେ ଗୁରୁତର
କୋରେଇ- କୋରେଇ ଥାନା ଅର୍ନ୍ତଗତ ଆଲିଛକ ଜାତୀୟ ରାଜପଥ ରେ ଏକ ସଡକ ଦୃଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୁଚନା ମୁତାବକ ଏକ ଲୁନା ଯୋଗେ ପାଣକୋଇଲି ପଞ୍ଚାୟତ ନୁଆପଦା ଅଞ୍ଚଳର ଦୁର୍ଯ୍ୟୋଧନ ଭୁଇଁଆ୫୨ ଓ ଅଳତ୍ରି ଅଞ୍ଚଳର ଦୁଖିରାମ ବେହେରା ୪୨ ଯାଜପୁର ରୋଡ ଆଡୁ ପାଣିକୋଇଲି ଫେରୁଥିଲେ ।
ହଠାତ ତାଙ୍କ ସାମ୍ନାରେ ଏକ ଗାଇ ଆସିବାରୁ ବ୍ରେକ ମାରିଥିଲେ ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ଏପି, ୩୧,ଟିଏଫ, ୨୭୬୭ଧକା ଦେଇଥିଲା| ଯାହାଫଳ ରେ ଘଟଣା ସ୍ଥଳ ରେ ଦୁର୍ଯ୍ୟୋଧନ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଖିରାମ ଙ୍କ ସ୍ବସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଚିକିତ୍ସାଳୟ କୁ ପଠାଯାଇଛି | ସେହିପରି ଘଟଣା ସ୍ଥଳ ରେ ଉତେଜନା ପ୍ରକାଶ ପାଇବାରୁ ଦୃଘଟଣା ସ୍ଥଳରେ ବ୍ୟାସନଗର ତହସିଲଦାର ଡ.ଶରତ ମହାପାତ୍ର ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତ ବ୍ୟକ୍ତିର ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପି ବେହେରା