>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଫଣି ତାଲିକାରେ ସାମିଲ କରିବା ଦାବିରେ ଭିକ୍ଷୋଭ, ଧାରଣା ଷଷ୍ଠ ଦିନରେ ପହଞ୍ଚିଲା


    ସାକ୍ଷୀଗୋପାଳ ----  ଫନି ବାତ୍ୟା ଯିବାର ଏକ ବର୍ଷ ପରେ ବି  ସତ୍ୟବାଦୀ ତହସିଲ ପକ୍ଷରୁ  ଫନିରେ କ୍ଷତିଗସ୍ତ ପରିବାର ଚିହ୍ନଟ ତାଲିକା  ସଠିକ ପ୍ରସ୍ତୁତି ହୋଇ ପାରିଲା ନାହିଁ ।  ରାଜନୈତିକ, ମୁହଁଦେଖା, ଅର୍ଥ କୁ ନେଇ ଉକ୍ତ ତାଲିକା ପ୍ରସ୍ତୁତି କରାଯାଇଛି ବୋଲି ଧାରଣା ଦେଇଥିବା ଲୋକମାନେ କହନ୍ତି ।  କୋଠା ଘର ପରିବାର  ସମ୍ପୁର୍ଣ୍ଣ କଚା ଘର ଭଙ୍ଗା ତାଲିକାରେ ସ୍ଥାନ ପାଇ ୯୫ ହଜାର ଟଙ୍କା ପାଇ ସାରିଲେଣି । ମାତ୍ର କଚା ଘର ପରିବାର ଟଙ୍କାଟିଏ ମଧ୍ୟ ପାଇଲା ନାହିଁ ତାଲିକାରେ ତାର କୋଠା ଘର କରାଯାଇଛି ବୋଲି ଅଭିଯୋଗ ମାନ ହେଉଛି । ଏହାକୁ ନେଇ ବିଭିନ୍ନ ସମୟରେ କ୍ଷତିଗସ୍ତ ହିତାଧିକାରୀ ମାନେ ତହସିଲ କାର୍ଯ୍ୟାଳୟ ଆଗରେ  ଆନ୍ଦୋଳନ, ରାସ୍ତାରୋକ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସେ ସମୟରେ କେବଳ ମିଛି ଆଶ୍ୱସନା ଅଧିକାରୀଙ୍କ ଠାରୁ ମିଳିଥିଲା । କୌଣସି ସୁଫଳ ନ ମିଳିବାରୁ ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି  ସତ୍ୟବାଦୀ ପକ୍ଷରୁ ୬ ଦଫା  ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି ।   ୨୫ ତାରିଖରୁ  ସାକ୍ଷୀଗୋପାଳ ଓଭର ବ୍ରିଜ ତଳେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା, ବିକ୍ଷୋଭ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ ସହିତ ସୁଆଣ୍ଡୋ ସେତୁ ସଂଗଠନ, କୋଣାର୍କ ସୁରକ୍ଷା ସମିତି, ମା ଗଣ୍ଡଚଣ୍ଡୀ ହରିଜନ ମହିଳା ମହାସଂଘ, ସତ୍ୟବାଦୀ ବଞ୍ଚାୟ୍ର ଆନ୍ଦୋଳନ, ପୁରୀ ଜିଲ୍ଲା ନଡିଆ ଚାଷୀ ମହାସଂଘ, ସତ୍ୟବାଦୀ ସଚେତନ ନାଗରିକ ମଞ୍ଚପ୍ରମୁଖ ସଂଗଠନ ଏଥିରେ ସାମିଲ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ତାର ହେଉଛି  ଷଷ୍ଠ ଦିବସ ।  ଧାରଣା ଓ ବିକ୍ଷୋଭ  ଚାଲିଥିଲେ ମଧ୍ୟ ବ୍ଳକ ପ୍ରଶାସନ ବା ଜିଲ୍ଲା ସ୍ତରୀୟ  କୌଣସି ପଦାଧିକାରୀ ଏ ପର୍ଯ୍ୟନ୍ତ ଆଲେଚନା କରିବା ପାଇଁ  ମଧ୍ୟ ଆସିଲେ ନାହିଁ ।  ଫଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତି ଶରତ ଚନ୍ଦ୍ର ପ୍ରଧାନ ଙ୍କ ସହିତ ମଙ୍ଗୁଳି ବିଶ୍ୱାଳ,ବିଷ୍ଣୁ କୁମାର ନାୟକ, ଗୋପିନାଥ ରଥ, ବିକ୍ରମ ପ୍ରଧାନ, ଲକ୍ଷ୍ମୀପିୟା ପ୍ରଧାନ, କନକ ଲତା ପ୍ରଧାନ, ବିଷ୍ଣପିୟା ରଥ, ରଙ୍ଗଲତା ପ୍ରଧାନ, ସାବିତ୍ରୀ ପ୍ରଧାନ, ରୁମା ପ୍ରଧାନ, ଲକ୍ଷ୍ମୀପିୟା ପ୍ରଧାନ, କାଳିକା ବରାଳ, ବାମଦେବ ପ୍ରଧାନ ପ୍ରମୁଖ ଷଷ୍ଠ  ଦିବସରେ ଧାରଣା ସ୍ଥଳରେ ବିକ୍ଷୋଭରେ ବସି ରହିଛନ୍ତି ।
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts