ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରେ ପ୍ରେମୀ ଯୁଗଳ ଙ୍କର ଵିଵାହ
ପୁରୀ - କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରେ ପ୍ରେମୀ ଯୁଗଳ ଙ୍କର ଵିଵାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ଶଗଡା ଗ୍ରାମପଞ୍ଚାୟତ ଶ୍ରୀମୁଖ ରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶବିରରେ । ପ୍ରେମୀ ଯୁଗଳଙ୍କର ଶିବିରରେ ରହିବା ସମୟ ସୀମା ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶବିର ଦାୟିତ୍ୱ ରେ ଥିବା ଅଧିକାରୀ ଓ ଲୋକ ପ୍ରତିନିଧି ଉଭୟଙ୍କ ବିବାହ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ । ସୂଚନା ଥାଉକି ଉଭୟ ପୂର୍ବରୁ କୁଆଡେ ଚାଲିଯାଇ ଥିବା ବେଳେ ଲକ ଡା ଉନ ସମୟ ରେ ଫେରିଥିଲେ ଗ୍ରାମକୁ । ଲକ୍ ଡାଉନ୍ ଯୋଗୁ ଉଭୟ ଙ୍କ ବିବାହ ହୋଇ ନଥିବା ରୁ ଆଜି ତାଙ୍କ ବିବାହ କରି ଘରକୁ ଫେରିଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ