ଆରଆଇଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବିରେ ଫାଣ୍ଡି ଅଗାରେ ଧାରଣା
ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଧିନସ୍ଥ ତରଡା ଗ୍ରାମର ଅଶୋକ କୁମାର ରାଉତରାୟ ସ୍ଥାନୀୟ ହରିରାଜପୁର ଆର ଆଇଙ୍କ ବିରୁଧରେ ହରିରାଜପୁର ଫାଣ୍ଡିରେ ଅଭିଯୋଗ କରିବା ସହ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି । ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ କିଶୋର ଜେନା ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ଦେଇଥିବା ଗ୍ରାମବାସୀ ମାନେ ଉଠିଥିଲେ । ସୁଚନାଯୋଗ୍ୟ ଯେ ହରିରାଜପୁର ଆର ଆଇ ଦିପ୍ତି ମହାପାତ୍ର ତରଡା ନଦୀବନ୍ଧ ମୁଖ୍ୟ ରାସ୍ତା ଉପରେ ଗାଡି ଥୋଇ ବେ ଆଇନ ଭାବେ ବିଭିନ୍ନ ଗାଡି ମଟର ଠାରୁ ଫାଇନି ଆଦାୟ କରୁଥିଲେ । ଅଶୋକଙ୍କ କୁକୁଡା ଫାର୍ମ ଆଗରେ ଗାଡି ଥିବାରୁ ଏହି ସମୟରେ କୁକୁଡା ଚିଆଁ ଧରି ଏକ ଗାଡି ଆସିଥିଲା । ଗାଡି କାଡିବା ପାଇଁ ହର୍ଣ୍ଣ ମାରିବାରୁ ଆରଆଇ ବାବୁ ତୁରନ୍ତ ରାଗିଯାଇ ଅଶଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ କେସରୁଜ କରି ଗାଡି ଫାଣ୍ଡିରେ ଭତ୍ତି କରିଦେବି ବୋଲି ଧମକ ଦେଇଥିଲେ । ଅଶୋକଙ୍କ ସାନ ଭାଇ ଏହାର ପତିବାଦ କରିବାରୁ ଆରଆଇ ବାବୁ ରାଗିଯାଇ ତାର ସାର୍ଟ କଲର ଧରି ନଦୀବନ୍ଧ ତଳକୁ ଠେଲି ଦେଇଥିଲେ । କୁକୁଡା ଚିଆଁ ଗାଡିରୁ ଚାବି କାଡି ନେଇ ୧୦ ହଜାର ଟଙ୍କା ଦେବାକୁ କହିଥିଲେ ।ନଚେତ କେସରୁଜ ହେବ ବୋଲି କହିଥିଲେ । ସେଠାରେ ଲୋକମାନେ ଜମା ହେବାରୁ ଆରଆଇ ବାବୁ ଶାନ୍ତ ପଡିଥିଲେ । ସୁଚନା ଯୋଗ୍ୟ ଯେ ଉକ୍ତ ଆରଆଇଙ୍କ ବିରୁଧରେ ଅନେକ ଅଭିଯୋଗ ତହସିଲଦାରଙ୍କ ପାଖରେ ହୋଇଥିବା ଜଣାପଡିଛି । ତୁରନ୍ତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଅନ୍ୟ ପକ୍ଷେ ଫାଣ୍ଡି ଅଧିକାରୀ କହନ୍ତି ଦୁଇ ପକ୍ଷରୁ ଅଭିଯୋଗ ହୋଇଛି । ଦୁଇ ପକ୍ଷଙ୍କୁ ଥାନାକୁ ଡକାଯାଇ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ଜେନା କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି