ସଂଗରୋଧ ଗୃହରୁ ୧୬ ଜଣ ଘରକୁ ଗଲେ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତ ଜାଗେଶ୍ୱରୀ ବିଦ୍ୟାପୀଠରେ କରାଯାଇଥିବା ସଗଂରୋଧ ଗୃହରୁ ୧୬ଜଣ ପ୍ରବାସୀ ଓଡିଆ ଶନିବାର ନିଜ ଘରକୁ ଫେରିଛନ୍ତି । ଏମାନେ ଏଠାରୁ ଗଲା ପରେ ମଧ୍ୟ ସାତଦିନ ନିଜ ନିଜ ଘରେ ସଂଗରୋଧରେ ରହିବା ପାଇଁ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ସେମାନଙ୍କୁ ପରମାର୍ଶ ଦେଇଛନ୍ତି । ଏହି କେନ୍ଦ୍ରରେ କରୋନା ଯୋଦ୍ଧା ଭାବେ ସରପଞ୍ଚ ପ୍ରଭାତ କୁମାର ସେଠୀ, ଶିକ୍ଷକ ପ୍ରଶାନ୍ତ କୁମାର ଜେନା, ପିଇଓ ଚକ୍ରଧର ପାଇକରାୟ ସହିତ ଆଶା, ଅଙ୍ଗନୱାଡି , ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱେଚ୍ଛାସେବୀ ମାନେ କେନ୍ଦ୍ରରେ ଉପସ୍ଥିତ ରହି କେନ୍ଦ୍ର ପରିଚାଳନା କରିଥିଲେ । ପ୍ରବାସୀ ଓଡିଆମାନେ ଏଠାରୁ ବିଦାୟ ନେବା ସମୟରେ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରବସେୀ ଓଡିଆ ମାନଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି