Breaking News

ପାଇକଆଖଡା ଗୁରୁଙ୍କ ପରଲୋକ

ବେଗୁନିଆ--- ବେଗୁନିଆ  ଥାନା ଅନ୍ତର୍ଗତ କବିତୀର୍ଥ  ସାନପଦର  ଗ୍ରାମର ମା ବୃନ୍ଦାବତୀ ପାଇକ ଆଖଡା ସଂଘର ଗୁରୁ ସୁବଳ ସ୍ୱାଇଁଙ୍କର ୭୭   ନିଜ ବାସ ଭବନରେ ମୃତ୍ୟୁବରଣ କରିଛନ୍ତି ।  ତାଙ୍କ ମୃତ୍ୟୁଶର୍ଯ୍ୟା  ନିକଟରେ ଆତ୍ମୀୟ ସ୍ୱଜନ,ଦୁଇ ପୁଅ , ଝିଅ ନାତି, ନାତୁଣୀ ଉପସ୍ଥିତ ରହିଥିଲେ । ସେ ଜଣେ ମେଳାପୀ,ନିଷ୍ଠାପର ପାଇକ ଆଖଡା ସାଧକ ଧର୍ମପରାୟଣ,ଦକ୍ଷ କୃଷକ ସଙ୍ଗଠକ  ଓ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ଅନ୍ତିମ ଦର୍ଶନ ଲାଗି ଲୋକଙ୍କ ସୁଅ ଛୁଟିଥିଲା । ତାଙ୍କର ମରଶରୀରକୁ  ଖୋଳତାଳ ଓ ପାଇକ ଆଖଡା ପ୍ରଦର୍ଶନ ପୂର୍ବକ ଗ୍ରାମ୍ୟ ପରିକ୍ରମା କରାଯାଇ ଜ୍ୟେଷ୍ଠ ପୁତ୍ର ସୁବଳ ସ୍ୱାଇଁ ମୁଖାଗ୍ନି ଦେବା ପରେ ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଥିଲା । ଏ ନେଇ ସିପିଆର ବରିଷ୍ଠ ନେତା ବସନ୍ତ କୁମାର ପାଇକରାୟ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts