Breaking News

>>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • ବେଗୁନିଆରେ ଗୋ ଚାଲାଣରେ ସମ୍ପୁକ୍ତ ଅଧିକାରୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ପତ୍ର

    ବେଗୁନିଆ--- ବେଗୁନିଆ ଥାନା ଅନ୍ତର୍ଗତ କଡବ ଗ୍ରାମର ଆଦିବାସୀ ସାହିରେ  ଗତ ଅପ୍ରେଲ ମାସ  ୧୪ ତାରିଖ ଦିନ  ଗୋ ଚାଲାଣ କାରୀମାନେ  ୫୦  ଗୋଟି ଗୋରୁ ବାନ୍ଧି ରଖିଥିବା ବେଳେ ଲକଡାଉନ  ଚାଲିଥିବାରୁ  ଚାଲାଣ କରିବା ସମ୍ଭବ ପର ହୋଇପାରି ନଥିଲା ।   ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଏସଡିପିଓ,ବେଗୁନିଆ ଥାନା ଅଧିକାରୀ,ବେଗୁନିଆ ଓ ବୋଲଗଡ ତହସିଲଦାର,  ପୋଲିସ ସେଠାରେ ପହଞ୍ଚି  ବନ୍ଧା ହୋଇଥିବା ଗୋରୁ ଗୁଡିକୁ ଉଦ୍ଧାର କରିଥିଲେ । ଗୋରୁ ଗୁଡିକର ଦାବୀଦାର କେହି ନଥିବାରୁ   ତାକୁ  ପ୍ରଶାସନ ଆଣି  ରାଧାକାନ୍ତପୁର ପଞ୍ଚାୟତର ଗଡତରା ଛକଠାରେ  ପଦାରେ ଛାଡି ଦେଇଥିଲା ।  ଗୋ ଚାଲାଣକାରୀ ମାନେ କିଛି ଗୋରୁ  ନେଇ ଯାଇଥିବା ସମୟରେ  ଆଉ କିଛି ଗୋରୁ  ପଦାରେ ଏଣେତେଣେ ବୁଲିଥିଲେ । ୮ଟି  ଗୋଟି ଗୋରୁଙ୍କୁ  ବେଗୁନିଆ ତଳସାହିର ୟୁଥ କ୍ଲବର ସଭାପତି  ସୁକାନ୍ତ ପରିଡା ଓ  କ୍ଲବର ସଦସ୍ୟମାନେ  ଗୋରୁ ଗୁଡିକୁ ଖାଇବା ଓ ପିଇବା ପାଇଁ ଦେଇ ରଖିଥିଲେ । ଗତ  ଅପ୍ରେଲ ମାସ ୧୭ ତାରିଖ ରାତିରେ ବେଗୁନିଆ ଥାନାରେ କାର୍ଯ୍ୟରତ କନେଷ୍ଟବଳ ସୁଶାନ୍ତ ସାହୁଙ୍କ ସମେତ  ୫ ଜଣ ଆସି   ବିଭିନ୍ନ  ପ୍ରକାର ଧମକଚମକ ଦେଇ  ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞନ ସାହୁଙ୍କ ନାମ କହି  ୩ ଗୋଟି ଗୋରୁ ନେଇଥିଲେ । ପରେ ସୁକାନ୍ତ ପରିଡା  ୫ ଗୋଟି ଗୋରୁକୁ ଗୋଶାଳାରେ  ଛାଡି ଦେବା ପାଇଁ   ପୋଲିସ ପାଖରେ ଜିମା ଦେଇଥିଲେ । ଏହି ୫ ଗୋଟି  ଗୋରୁକୁ ଭୁବନେଶ୍ୱରସ୍ଥିତ ସିଜୁଆ  ଗୋଶାଳାରେ ଛାଡିବାକୁ ଯାଇଥିବା ବେଳେ ବାଟରେ  ୨ ଗୋଟି ଗୋରୁ ଉଭାନ ହୋଇଯାଇଥିଲେ । ଗୋରୁ ଉଭାନ ସମ୍ପର୍କରେ  ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ପୋଲିସ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ  ଶ୍ରୀ ପରିଡାଙ୍କୁ ଥାନା ଅଧିକାରୀ ମାନସିକ ଚାପ ଦେବା  ସହ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଘଟଣାର  ସମାଧାନ କରିବାକୁ  ଚେଷ୍ଟା କରିଥିଲେ । ପରେ ଖୋର୍ଦ୍ଧା ଜିଲ୍ଲା  ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କ   ନିର୍ଦ୍ଦେଶରେ ଅତିରିକ୍ତ ଏସପି ଓ ଏସଡିପିଓ  ଘଟଣାର ଖୋଳତାଡ କରିବା ପରେ କନେଷ୍ଟବଳ ସୁଶାନ୍ତ ସାହୁଙ୍କୁ  ସସପେଣ୍ଡ  କରାଯାଇଥିଲା । ପରେ ଚାଲାଣରେ ସହଯୋଗ କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଥିବା  ବେଳେ  ବଡବଡିଆ  ଗୋଚାଲାଣ କାରୀ ଓ ଏଥିରେ ବଡବଡିଆ  ଅଧିକାରୀଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ସଚେତନ ନାଗରିକ ,ବୁଦ୍ଧିଜୀବୀ ଓ ଜନସାଧାରଣମାନେ  ଚାହିଁ ବସିଛନ୍ତି । ଏ  ନେଇ  ଗୋଚାଲାଣରେ  ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞନ ସାହୁଙ୍କ  ସଂପୃକ୍ତିକୁ ନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ  ଆଗରେ ୟୁଥ କ୍ଲବର ସଭାପତି  ସୁକାନ୍ତ କୁମାର ପରିଡା  ଓ ଅକ୍ଷୟ କୁମାର ରଥ  ସାତଦିନ ମଧ୍ୟରେ ଆମରଣ ଅନଶନରେ ବସିବା ପାଇଁ   ୨୬ ତାରିଖରେ ଏକ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ୪ ଦଫା  ସମ୍ବଳିତ  ଦାବିପତ୍ର ପ୍ରଦାନ କରିଛନ୍ତି ।
     ବେକୁନିଆରୁ ଯୋଗେଶ୍ୱର ପଣ୍ଡ

    Blog Archive

    Popular Posts