Breaking News

ବରଗଡ଼ ଛୁଇଁଛି କରୋନା

 ବରଗଡ଼----  ବରଗଡ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ବରଗଡ଼କୁ ମିଶାଇ ରାଜ୍ୟରେ କରୋନା ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।  ଜଣେ ୫୦ବର୍ଷିଆ ମହିଳାଙ୍କର କରୋନା ପଜେଟିଭି ବାହାରିଛି ବୋଲି ବରଗଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେଣୁ ପ୍ରଥମକରି ଉକ୍ତ ଅଞ୍ଚଳକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ପ୍ରଧାନ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ସହରର ଏହି ଅଞ୍ଚଳରେ କେହି ବାହାରକୁ ବାହାରି ପାରିବେନାହିଁ ବା କେହି ପଶି ପାରିବେ ନାହିଁ ବୋଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି । ଏହି ନିୟମକୁ ଭାଙ୍ଗିଲେ କୋଭିଡ଼-19 ର  ନିୟମାନୁସାରେ ଦଣ୍ଡିତ ହେବେ ବୋଲି ଘୋଷଣା କରାଯାଇଛି।ସୂଚନାଯୋଗ୍ୟ ଯେ ୫୦ବର୍ଷିଆ ମହିଳା ଜଣକ ଗତ ମେଁ ମାସ ୧୨ତାରିଖରେ ମୁମ୍ବାଇରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିଲେ। ଗତ ୨୦ତାରିଖରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଥିଲା । ପଜୋଟିଭି ଆସିଥିଲା । ତେଣୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲକୁ ପଠାଯାଇଛି।ତେଣୁ ଉକ୍ତ ଅଞ୍ଚଳକୁ ଲୋକଙ୍କୁ ଯିବାଆସିବା ବାରଣ କରାଯାଇଛି।ଆବଶ୍ୟକ ସ୍ଥଳେ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଦାୟିତ୍ୱ ଦିଆଯାଇଥିବାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।ଏପରି ଘଡିସନ୍ଧି ମୁହୂର୍ତ୍ତରେ ବରଗଡ଼ ଜନସାଧାରଣ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts