Breaking News

କରୋନା ଯୋଦ୍ଧାଙ୍କୁ 'ବନ୍ଦେ ଉତ୍କଳ ଜନନୀ' ଗାଇ ସଲାମ ଦେବା ପୂର୍ବରୁ ଯୁବକର ଆତ୍ମହତ୍ୟା.



ବରଗଡ଼ ----- ସାରା ରାଜ୍ୟରେ ଆଜି କରୋନା ଯୋଦ୍ଧା ମାନଙ୍କୁ 'ବନ୍ଦେ ଉତ୍କଳ ଜନନୀ' ଗାନ କରି ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟ ପକ୍ଷେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକେମ୍ପ ରେଲୱେ ଗେଟରୁ ପାୟ ୪୦୦ମିଟର ଦୂର ୫୯୧/୭-୮ ଖୁଣ୍ଟି  ନିକଟରେ ଥିବା ସମ୍ବଲପୁର-ବରଗଡ଼ ରେଲୱେ ଲାଇନରେ ସନ୍ଧ୍ୟା ସାଢ଼େ ୫ଟା ରେ ସମ୍ବଲପୁର-ବରଗଡ଼ ଅଭିମୁଖେ ଆସୁଥିବା ଟ୍ରେନ ସମ୍ବୁଖରେ  ୨୧ବର୍ଷୀୟ ଯୁବକ  ଟ୍ରେନ ସାମ୍ନା ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସମ୍ବଲପୁରରୁ ବରଗଡ଼ ଅଭିମୁଖେ ଯାଉଥିବା ଟ୍ରେନରେ କଟି ଯିବା ଫଳରେ ଦେବାହାଲ ଷ୍ଟେସନରେ ଟ୍ରେନରେ ଥିବା ଲୋକପାଇଲଟ ଦେବାହାଲ ଷ୍ଟେସନରେ ଖବର ଦେଇଥିଲେ।ଏନେଇ ରେଲୱେ ପୋଲିସ ଖବରପାଇ ଘଟଣାର ୪ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ କଟି ଯାଇଥିବା ଯୁବକର ଫଟୋ ଭାଇରଲ ହେବାପରେ ଭେଡେନ ବ୍ଲକ ରେମଣ୍ଡା ଖରରା
 ପଡାର ଆତ୍ମହତ୍ୟା କରିଥିବା ଯୁବକର ସମ୍ପର୍କୀୟ ଲୋକେ ଉକ୍ତ ଘଟଣା ସ୍ଥଳକୁ ପହଞ୍ଚି ଥିଲେ।ଘଟଣା ସ୍ଥଳରେ ପଚରା ଉଚୁରାରୁ ଜଣାପଡିଥିଲା ଯେ ଯୁବକଟି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ମଜୁରଡିମା ର ଗଣପତି ସାହୁ(୨୧)ବର୍ଷର । ନିଜର ଦୁଇ ଭଉଣୀ ସହ ଦୀର୍ଘ ୮ମାସ ପୂର୍ବରୁ ଭେଡେନ ବ୍ଲକ ରେମଣ୍ଡା ସୁନାରୀ ପଡାର ଏକ ଭଡାଘରେ ରହି ଏକ ସାଇକେଲ ଯୋଗେ ଫେରି କାମ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲା ବୋଲି  ସମ୍ପର୍କୀୟ ଲୋକେ କହନ୍ତି।ହେଲେ କେଉଁ କାରଣରୁ ଏହି ଘଟଣା ଘଟାଇଲା ତାହା ଆମେ ଜାଣି ପାରୁନାହୁଁ ବୋଲି ସମ୍ପର୍କୀୟ ଲୋକେ ରେଲୱେ ପୋଲିସ କହିଥିଲେ।ଏନେଇ ରେଲୱେ ପୋଲିସ ଶବଟିକୁ ଏକ ୟୁ ଡି କେଶ ନଂ-୧୭ ରେ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୁର୍ଲା ବଡ ମେଡ଼ିକଲକୁ ପଠାଇଦେଇଛି।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts