ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମର୍ଦ୍ଧନା
କୁଜଙ୍ଗ---- ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଦିନ ରାତି କରୋନା ସହ ମୁକାବିଲା କରୁଥିବା ଯୋଦ୍ଧା ମାନଙ୍କୁ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମ୍ମର୍ଦ୍ଧନା କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । କୁଜଙ୍ଗ ତହସିଲଦାର ସୁଶ୍ରୀ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ, ବିଡିଓ ଡ. ପୂଜା ଲେଙ୍କା, ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ସହିତ କୁଜଙ୍ଗ ଓ ପାରଦ୍ୱୀପ ଅଞ୍ଚଳର ମୁଦ୍ରଣ ଓ ବୈଦୁତିକ ଗଣ ମାଧ୍ୟମର ପ୍ରତିନିଧି ହରିଗୁରୁ ଦାସ, ବିଚିତ୍ରା ନନ୍ଦ ପ୍ରଧାନ, ପ୍ରଳୟ କୁମାର ମହାପାତ୍ର,ଦୁଷ୍ମନ୍ତ ମାଝୀ, ରଞ୍ଜତ ପଣ୍ଡା, ବିଭୂତି ଭୂଷଣ ଦାସ, ଲାଲା ବିରେନ ରାୟ, ନାରାୟଣ ସାହୁ, ଜ୍ଞାନେଞ୍ଜୟ ମହାନ୍ତି, ରଶ୍ମି ରଞ୍ଜନ ରାଉତରାୟ, ପ୍ରଶାନ୍ତ ସ୍ୱାଇଁ, ବବୃ ବାହନ ରାଉତ, ସିଦ୍ଧେଶ୍ୱର ସ୍ୱାଇଁ ପ୍ରମୁଖ ସାମ୍ବାଦିକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମର୍ଦ୍ଧିତ କରାଯାଇଛି । ଯେଉଁ ମାନେ ଲକ ଡାଉନ ସମୟରେ ଦିନ ରାତି ଏକକାର କରି ସମାଜ ବା ୍ରଞ୍ଚଳ ପାଇଁ କରୋନା ଭଲି ମହାମାରୀ ସହିତ ଲଢ଼ିଛନ୍ତି ସେମାନେ ଏହି ସମ୍ମାନ ପାଇବା ପାଇଁ ହକଦାର ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା କୁଜଙ୍ଗ ସରପଞ୍ଚ ଭାରତ ଭୂଷଣ ନାୟକ, ଅଗପାଳ ସରପଞ୍ଚ ମେନକା ବେହେରା, ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ ଙ୍କ ସହିତ ସମିତିସଭ୍ୟ ପଦ୍ମନାଭ ସାହୁ ପ୍ରମୁଖଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା । ଅନୁଷ୍ଠାନର ରାଜ୍ୟ ସଭାପତି କୁବେର ବିଶ୍ୱାଳ, ସଗଂଠନ ସମ୍ପାଦକ ସୁନିଲ ମହାପାତ୍ର, ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ, ଉପାଧ୍ୟକ୍ଷା ସବିତା ପୃଷ୍ଟି ଓ ଇତିଶ୍ରୀ ଭୁୟା ରାଜୀବ ଲୋଚନ ପ୍ରଧାନ ପ୍ରମୁଖ ଟ୍ରଷ୍ଟର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ
। ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର