ରସ୍ତା ସୁରକ୍ଷା ମଞ୍ଚପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମର୍ଦ୍ଧନା
ଜଗତସିଂହପୁର--- ବିଶ୍ୱ ଏବେ କରୋନା ମହାମାରୀରେ ଆକ୍ରାନ୍ତ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଡିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିବା ସ୍ୱାସ୍ଥ୍ୟ କର୍ମୀ, ସାମାଜିକ କର୍ମୀ, ସକରାରୀ କର୍ମଚାରୀ ଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାସ୍ତା ସୁରକ୍ଷା ସମିତି ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ମର୍ଦ୍ଧିତ କରାଯାଇଛି । କୁଜଙ୍ଗ ବ୍ଳକସୂଚନା କେନ୍ଦ୍ର ପରିସରରେ ଆୟୋଜି ସମ୍ମର୍ଦ୍ଧନା ଉତ୍ସବରେ କୁଜଙ୍ଗ ତହସିଲଦାର ସୁଶ୍ରୀ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଡିଓଙ୍କ ଦାୟତ୍ୱରେ ଥିବା ଅତିରିକ୍ତ ତହସିଲଦାର ଡ. ପୂଜା ଲେଙ୍କା, କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ପ୍ରସନ୍ନ ପଣ୍ଡା, ଏବିଡିଓ ସତ୍ୟଜିତ ସ୍ୱାଇଁ, ସିଡିପିଓ ତନୁପ୍ରଭା ବେହେରା, ଓଡିଶା ଖାଉଟି ସୁରକ୍ଷା ଉପଭୋକ୍ତା ସଂଘର ରାଜ୍ୟ ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅଧିକାରୀ ମାନଙ୍କୁ କରୋନା ମୁକାବିଲା କ୍ଷେତ୍ରରେ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇକରୋନା ଯୋଦ୍ଧା ଭାବେ ସମ୍ମାନିତ୍ କରାଯାଇଛି । ଅଙ୍ଗନୱାଡି କର୍ମୀ ସସ୍ମିତା ଦାସ, ଆଶାକର୍ମୀ ଓ ସାମ୍ବାଦିକ ହରିଗୁରୁ ଦାସ, ପ୍ରଳୟ କୁମାର ମହାପାତ୍ର, ବିଚିତ୍ରା ନନ୍ଦ ପ୍ରଧାନ, ପ୍ରଶାନ୍ତ ରାଉତ, ମାନସ ମହାନ୍ତି, ସୁନାକର ବେହେରା, ବରଦା ପ୍ରସନ୍ନ ବିଶ୍ୱାଳ, ଦୁଷ୍ମନ୍ତ ମାଝି, ଗୌରାଙ୍ଗ ସ୍ୱାଇଁ, ସୁବ୍ରତ ମଲ୍ଲିକ, ଲିଲିପ୍ତ ଦାସ, ମନୋଜ ପ୍ରଧାନ, ରଶ୍ମି ରଞ୍ଜନ ମହାପାତ୍ର, ଶ୍ରୀକାନ୍ତ ଦାସ, ଟୁକନ ସେଠୀ, ରଣଜିତ ପଣ୍ଡା ପ୍ରମୁଖ କରୋନା ଯୋଦ୍ଧା ଭାବେ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅରୁଣ କୁମାର ପାଣି, ସମ୍ମର୍ଦ୍ଧନା ଉତ୍ସବରେ ସଭାପତିତ୍ୱ କରିଥିଲେ । ନାରୀନେତ୍ରୀ ମନରୋମା ମହାପାତ୍ର , ମିନର୍ଭା ସ୍ୱାଇଁ, କୋଷାଧ୍ୟକ୍ଷସୁଧାଶୁଂ ଦାସ, ସହ ସମ୍ପାଦକଶାରଦା ପ୍ରସନ୍ନ ଷଢ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର