Breaking News

ପୋଲିସକୁ ଆକ୍ରମଣ ଘଟଣାରେ ୧୦ ଗିରଫ

ବେଗୁନିଆ--- ବେଗୁନିଆ  ଥାନା  ମାଣିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବଡନୟାପଲ୍ଲୀ (ବାଙ୍କାପଲ୍ଲୀ)ଆଦିବାସୀ ସାହିର ୧୦ ଜଣ ବ୍ୟକ୍ତି ଗତ ୨୪ ତାରିଖ ରାତିରେ ବେଗୁନିଆ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ  ଗିରଫ କରାଯାଇ  କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି  । ସୂଚନାରୁ ପ୍ରକାଶ ଯେ  ଗତ ୩ ମାସ ତଳେ ବଡ ନୟାପଲ୍ଲୀ ଗ୍ରାମର ଜଣେ ସବର୍ଣ୍ଣ ଜାତିର ନାବାଳିକା ଝିଅକୁ  ସେହି ଗ୍ରାମରେ ଥିବା ଆଦିବାସୀ ସାହିର ନାବାଳକ  ପୁଅ ଅପହରଣ କରି ନେଇ ଯାଇଥିଲା । ଏ ନେଇ ବେଗୁନିଆ ପୋଲିସ ଝିଅର ପିତା  ଲିଖିତ ଅଭିଯୋଗ କରିଥିଲେ । ଗତ ୨୪ ତାରିଖ ଦିନ  ପୋଲିସ କୌଣସି ସୂତ୍ରରୁ ଖବର ପାଇ  ଅତର୍କିତ ଭାବରେ  ଅପହରଣ କରିଥିବା  ବାଙ୍କାପଲ୍ଲୀ ଆଦିବାସୀ ସାହିର ନାବାଳକଙ୍କ ଘରେ  ଚଢାଉ କରିଥିଲେ । ଏହି ସମୟରେ  ସାହିର ୩୦ /୪୦ ଜଣ  ମହିଳା ଓ ପୁରୁଷ  ସଂଘବଦ୍ଧ ଭାବରେ ବାଉଁଶ ଠେଙ୍ଗା  ଓ ପଥର ଢେଲା ମାରି ପୋଲିସକୁ  ମାଡମାରି ଆହତ କରିଥିଲେ । ଏଥିରେ  ଚାରିଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏ ସଂକ୍ରାନ୍ତରେ ଆହତ ବେଗୁନିଆ ଥାନା ସବଇନିସପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଅଭିଯୋଗ  କ୍ରମେ ଏକ କେସରୁଜ କରାଯାଇଥିଲା ।   ପୋଲିସ ସୋମବାର ବିଳମ୍ବିତ ରାତିରେ ଉକ୍ତ ଗ୍ରାମରେ ଚଢାଉ କରି ପ୍ରକାଶ ଦେହୁରୀ,ପ୍ରଶାନ୍ତ ନାଏକ,ପ୍ରମୋଦ ନାଏକ,ସୁଶାନ୍ତ ନାଏକ,ସପନା ଦେଉରୀ ,ପହଲୀ ନାଏକ,ଅକ୍ଷୟ ନାଏକ,ପ୍ରତାପ ନାଏକ ,ପବନା ଦେହୁରୀ ଓ ଗଣେଶ କୁମାର ନାଏକଙ୍କୁ ଗିରଫ କରି ୧୦୪/୨୦ରେ  କେସ ରୁଜୁ କରି  ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରିଛି । ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts