Breaking News

ଭଞ୍ଜନଗର ପୁଲିସ ମରାଠିସାହି ଉପରେ ଚଢାଉ କରି ୧୩ ଜଣଙ୍କୁ ଗିରଫ କରିବା ସହ ୧୨୨୦ ଲିଟର ମଦ ଜବତ


ଭଞ୍ଜନଗର - ସ୍ଥାନୀୟ ଥାନା ନିକଟ ମରାଠି ସାହିରେ ରନ୍ଧାମଦଭାଟି ଉପରେ ଭଞ୍ଜନଗର ପୁଲିସ ଚଢାଉ କରି ୪୦୦୦ହଜାରରୁ ଉଦ୍ଧ ପୋଚ ନଷ୍ଟ କରିଛି ।  ରନ୍ଧାମଦରେ ବ୍ୟବହୁତ ସରଞ୍ଜାମ  , ୧୨୨୦ ଲିଟର ରନ୍ଧାମଦ ଜବତ ସହ ୧୩ ଙ୍କୁ ଗିରଫ କରି କୋର୍ଟ ଚାଳଣ କରାଯାଇଛି ବୋଲି ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ ସୁଚନା ଦେଇଛନ୍ତି ।ଲକ ଡାଉନ୍ ଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ବ୍ୟବସାୟୀ ଉପରେ କଟକଣା ଜାରି ରଖିଥିବା ବେଳେ ଏହାର ସୁଯୋଗ ନେଇ ଚୋରା ମଦ ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ମଦ ବିକ୍ରି କରୁଥିବା ଖବର ପୁଲିସ ଖବର ପାଇଥିଲା ।  ପୁଲିସ ସୋମବାର ଅପରାହ୍ନ ସମୟରେ ଭଞ୍ଜନଗର ପୁଲିସ  ମରାଠି ସାହି ଉପରେ ଚଢାଉ କରିଥିଲା ।ଏହି ଚଢାଉ ଜାରି ରହିବ ବାେଲି ଥାନା ଅଧିକାରୀ ଶ୍ରୀ ସାହୁ ସୁଚନା ଦେଇଛନ୍ତି ।  
ଭଞ୍ଜନଗରରୁ ରବିନ୍ଦ୍ରପ୍ରଧାନ

Blog Archive

Popular Posts