ଉଠା ଦୋକାନୀଙ୍କୁ ସହାୟତାର ହାତ ବଢାଇଲେ ବିଶ୍ୱରଞ୍ଜନ
ବରୀ---କରୋନା ସମୟରେ ଲକ ଡାଉନ ଯୋଗୁ ଆଜକୁ ପ୍ରାୟ ଦୁଇ ମାସ ହେଲା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଫଳରେ ବରୀ ମାଉଣ୍ଡ ବଜାରରେ ଉଠା ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ୫୦ରୁ ଉର୍ଦ୍ଧ୍ୱ ପରିବାର ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଏବେ ସରକାର ଦିନରେ କିଛି ସମୟ ପାଇଁ ଦୋକାନ ଖୋଲିବାର ଅନୁମତି ଦେଇଥିଲେ ମଧ୍ୟ କମ ଗ୍ରାହକ ଆସୁଥିବାରୁ ବ୍ୟବସାୟ ମଧ୍ୟ ମାନ୍ଦା ହେଉଛି । ଏହି ପରି ସମୟରେ ଏହି ଗରିବ ଉଠା ବ୍ୟବସାୟୀ ମାନଙ୍କୁ ସହାୟତାର ହାତ ବଡାଇଛନ୍ତି ବରୀ ନିର୍ବାଚନ ମଣ୍ଡଳୀ ଭାଜପା ନେତା ବିଶ୍ୱରଞ୍ଜନ ମଲ୍ଲିକ । ଆଜି ଅପରାହ୍ନରେ ବରୀ ମାଉଣ୍ଡ ସ୍ଥିତ ଶକ୍ତି ପୀଠ ଠାରେ ବିଶ୍ୱରଞ୍ଜନ ମଲ୍ଲିକ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ରମ୍ପା ସରପଞ୍ଚ ବିଜୟ କୁମାର ସାହାଣୀ, ରଂପା ସମିତି ସଭ୍ୟ ପ୍ରଣବ କୁମାର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ୫୦ରୁ ଉର୍ଦ୍ଧ୍ୱ ଉଠା ଦୋକାନୀଙ୍କୁ ଖାଦ୍ୟ ପୁଡିଆ ପ୍ରଦାନ କରିଥିଲେ । ଏହି ସମୟରେ ବିଶ୍ୱରଞ୍ଜନ ସମସ୍ତ ବ୍ୟବସାୟୀ ଭାଇମାନେ କରୋନା ପାଇଁ କଷ୍ଟ ପାଇଥିବାରୁ ଦୁଃଖ ପ୍ରକାଶ କରିବା ସହିତ ଭଗବାନଙ୍କ ଆଶିର୍ବାଦରୁ କରୋନା ଦୁରେଇ ଯାଉ ଓ ଆପଣମାନେ ଖୁସିରେ ରହୁନ୍ତୁ ବୋଲି କାମନା କରିଥିଲେ । ବିଶ୍ୱରଞ୍ଜନଙ୍କ ଏହି ସହାୟତାକୁ ବ୍ୟବସାୟୀମାନେ ଗ୍ରହଣ କରିବା ସହିତ ତାଙ୍କୁ ଧନ୍ୟବାଦ ଦେଇଥିଲେ ।
ଯାଜପୁର ବରୀରୁ ଦର୍ଶନ ବେହେରା
ଯାଜପୁର ବରୀରୁ ଦର୍ଶନ ବେହେରା