Breaking News

ଖବର କାଗଜ ବିତରକ ଓ ମେଡିକାଲ ଅସ୍ଥାୟୀ କର୍ମଚରୀଙ୍କୁ ବିଶ୍ୱ ରଂଜନଙ୍କ ସହାୟତା

ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକରେ କରୋନା ଯୋଦ୍ଧା ଭାବେ ଖବର କାଗଜ ବିତରକ ଓ ମେଡିକାଲ ଅସ୍ଥାୟୀ କର୍ମଚରୀଙ୍କୁ ବିଶ୍ୱ ରଂଜନଙ୍କ ସହାୟତା କରିଛନ୍ତି । କରେନା ମହାମାରି ସମୟରେ କରୋନା ଯୋଦ୍ଧା ସାଜି ସୁଚାରୁ ରୁପେ ସଫେଇ କାର୍ଯ୍ୟକରୁଥିବା ବରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅସ୍ଥାୟୀ କର୍ମଚାରୀ, ବରୀ ଅଂଚଳର ଦୈନଦିନ ଖବରକାଗଜର  ହକରଙ୍କୁ ବରୀର ବିଜେପି ନେତା ବିଶ୍ୱ ରଂଜନ ମଲ୍ଲିକ ସହାୟତା କରିଛନ୍ତି । ଆଜି ଅପରାହ୍ନରେ ତାଙ୍କ ରାମଚନ୍ଦ୍ରପୁର ସ୍ଥିତ ବାସ ଭବନରେ ସୁଖିଲା ଖାଦ୍ୟର କିଟ ବଣ୍ଟନ କରିଥିଲେ । ଏହି ବଣ୍ଟନ ସମୟରେ ବରୀବ୍ଲକ ଅଧ୍ୟକ୍ଷା ସୁବାଶିନି ଶର୍ମା,ପ୍ରଶାନ୍ତ ରାଉତ, ଶୁଧାଂଶୁ ସତପଥି,ପ୍ରବୀର ଧଳ, ଯୁବ ସମାଜସେବୀ ଜ୍ୟୋତି ରଂଜନ ମଲ୍ଲିକ, ପ୍ରାକ୍ତନ ସରପଞ୍ଚ ଦିଲ୍ଲିପ ମହାନ୍ତି, ଭକ୍ତବନ୍ଧୁ ନାୟକ, ଭରତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା

Blog Archive

Popular Posts