Breaking News

ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ଆବାହକ ଗୋବିନ୍ଦ ମହାପାତ୍ର ୧ ତାରିଖ ଦିନ ଦେବେ ଆତ୍ମାହୁତି

ସାକ୍ଷୀଗୋପାଳ ------  ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ ସହିତ ବିଭିନ୍ନ ସଂଗଠନ ମିଳିତ ହୋଇ ୨୫ ତାରିଖରୁ  ସାକ୍ଷୀଗୋପାଳ ଓଭର ବ୍ରିଜ ତଳେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା, ବିକ୍ଷୋଭ କରି ଆସୁଛନ୍ତିି । ଆଜି ତାର ହେଉଛି ପଞ୍ଚମ ଦିବସ ।  ୫ ଦିନ ଧରି ଧାରଣା ଓ ବିକ୍ଷୋଭ  ଚାଲିଥିଲେ ମଧ୍ୟ ବ୍ଳକ ପ୍ରଶାସନ ବା ଜିଲ୍ଲା ସ୍ତରୀୟ  କୌଣସି ପଦାଧିକାରୀ ଏ ପର୍ଯ୍ୟନ୍ତ ଆଲେଚନା କରିବା ପାଇଁ  ମଧ୍ୟ ଆସିଲେ ନାହିଁ । ଯାହାକୁ ନେଇ ବିକ୍ଷୋଭ ଓ ଧାରଣା ଦେଇଥିବା ବିଭିନ୍ନ ସଂଗଠନ ପକ୍ଷରୁ ଦୁଖଃ ପ୍ରକାଶ ପାଇବା ସହ ମନରେ ଅଶାନ୍ତି ପ୍ରକାଶ ପାଇଛି । ଏହାକୁ  ନେଇ  ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ୍ର ମହାପାତ୍ର ଆସନ୍ତା ୧ ତାରିଖ ଦିନ ସକାଳେ ଧାରଣା ଓ ବିକ୍ଷୋଭ ସ୍ଥଳରେ ଆତ୍ମାହୁତି ଦେବେ ବୋଲି ଜିଲ୍ଲା ପ୍ରଶାସନ ଠାରୁ ସତ୍ୟବାଦୀ ଥାନା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଥିବା ଜଣାପଡିଛି ।  ସୁଚନା ଯୋଗ୍ୟ ଯେ  ଫନି ବାତ୍ୟା ଯିବାର ଏକ ବର୍ଷ ପରେ ବି ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ଅନ୍ତର୍ଗତ  ବିଭିନ୍ନ ଗ୍ରାମ ପଞ୍ଚାୟତରେ ଫନିରେ କ୍ଷତିଗସ୍ତ ଅସହାୟ ପରିବାର ଚିହ୍ନଟ ତାଲିକା  ସଠିକ ପ୍ରସ୍ତୁତି ହୋଇ ପାରିଲା ନାହିଁ । ବିଭିନ୍ନ ସମୟରେ କ୍ଷତିଗସ୍ତ ହିତାଧିକାରୀ ମାନେ ତହସିଲ କାର୍ଯ୍ୟାଳୟ ଆଗରେ  ଆନ୍ଦୋଳନ, ରାସ୍ତାରୋକ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ସେ ସମୟରେ କେବଳ ମିଛି ଆଶ୍ୱସନା ମିଳିଥିଲା । କୌଣସି ସୁଫଳ ନ ମିଳିବାରୁ ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି  ସତ୍ୟବାଦୀ ପକ୍ଷରୁ ୬ ଦଫା  ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି ।    ସତ୍ୟବାଦୀ ଓଭରବ୍ରିଜ ତଳେ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ ସହିତ ସୁଆଣ୍ଡୋ ସେତୁ ସଂଗଠନ, କୋଣାର୍କ ସୁରକ୍ଷା ସମିତି, ମା ଗଣ୍ଡଚଣ୍ଡୀ ହରିଜନ ମହିଳା ମହାସଂଘ, ସତ୍ୟବାଦୀ ବଞ୍ଚାୟ୍ର ଆନ୍ଦୋଳନ, ପୁରୀ ଜିଲ୍ଲା ନଡିଆ ଚାଷୀ ମହାସଂଘ, ସତ୍ୟବାଦୀ ସଚେତନ ନାଗରିକ ମଞ୍ଚପ୍ରମୁଖ ସଂଗଠନ ଏଥିରେ ସାମିଲ ହୋଇଛନ୍ତି ।  ଫଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତିଶରତ ଚନ୍ଦ୍ର ପ୍ରଧାନ ଙ୍କ ସହିତ ମଙ୍ଗୁଳି ବିଶ୍ୱାଳ,ବିଷ୍ଣୁ କୁମାର ନାୟକ, ଲକ୍ଷ୍ମୀପିୟା ପ୍ରଧାନ, କନକ ଲତା ପ୍ରଧାନ, ବିଷ୍ଣପିୟା ରଥ, ରଙ୍ଗଲତା ପ୍ରଧାନ, ସାବିତ୍ରୀ ପ୍ରଧାନ, କାଳିକା ବରାଳ, ବାମଦେବ ପ୍ରଧାନ,  ଚୈତନ୍ୟ ପ୍ରଧାନ ପ୍ରମୁଖ ୫ମ  ଦିବସରେ ଧାରଣା ସ୍ଥଳରେ ବିକ୍ଷୋଭରେ ବସି ରହିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts