ଟଙ୍କା ଲୁଟି ନେଉଛି ସରକାରୀ ବିଦେଶୀ ମଦ ଦୋକାନୀ
ବରଗଡ଼----କୁଜିନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଆଢୁଆଳରେ ମଦ ବେପାର।ମୁମ୍ବାଇ-କଲିକତା ତଥା ବରଗଡ଼-ସମ୍ବଲପୁର ୫୩ନଂ ଜାତୀୟ ରାଜପଥ କଡରେ ବେନିୟମ ଭାବେ ଚଢ଼ା ଦରରେ ମଦ ବିକ୍ରିକରି ଲୋକଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହୁଏ। ଯାହା ଗତକାଲି ଗଣମାଧ୍ୟମ ତଥ୍ୟ ମାଗିବାରୁ କୌଣସି ତଥ୍ୟ ଆମ ପାଖରେ ନାହିଁ ବୋଲି କହି ଆମ ଅଫିସର ଆମକୁ ବିକିବା ପାଇଁ କହିଛନ୍ତି ସେମାନଙ୍କୁ ଯାଇ କୁହନ୍ତୁ ବୋଲି କହି ଦୋକାନ ବନ୍ଦ କରି ଫେରାର ହୋଇଯାଇଥିଲେ ।ପ୍ରାମାଣିତ କରିଥିଲା ଯେ ବେନିୟମ ଭାବରେ ମଦ ବିକ୍ରି । କିଛି ସମୟ ପରେ ପୁଣି ମଦ ବିକା ଲୋକଙ୍କ ନଜରକୁ ଆସିଥିଲା । ଆଜି ପୁଣି ରାତି ନପାହୁଣୁ ମଦବିକ୍ରି କରି ଲୋକଙ୍କୁ ଲୁଟି ଶୋଷଣ କରି ଚାଲିଥିବାର ଅନେକ ଲୋକ ଅଭିଯୋଗ କରନ୍ତି। କରୋନା ମହାମାରୀକୁ ନେଇ ଲକଡାଉନ ପାଇଁ ସବୁ ଦୋକାନ ବଜାର ବନ୍ଦ କରି ମଦ ଦୋକାନକୁ ସିଲ କରି ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶଜାରି କରିଥିଲେ।ଯାହା ଆର୍ଥିକ ସ୍ଥିତି ସୁଧାରକୁ ନେଇ ଅନ୍ ଲାଇନ ମାଧ୍ୟମରେ ମଦ ବିକ୍ରି କରି ହୋମ ଡେଲିଭରି କରିବା ପାଇଁ ସରକାର ନିର୍ଦେଶ ଜାରି କରିଛନ୍ତି।ହେଲେ ଏହି ସରକାରୀ ବିଦେଶୀ ମଦ ଦୋକାନୀ ଦୋକାନ ବନ୍ଦ ଅଛି କହି ଦୋକାନର ତଳେ ଥିବା ଆଉ ଗୋଟିଏ ଦୋକାନରୁ ମଦ ବାହାରକରି ଚଢ଼ା ଦରରେ ବିକ୍ରି କରିବା ସହ ଖୁଲମଖୁଲା କେତେବେଳେ ସାମ୍ନା ପଟୁ ତ ଆଉ କେତେବେଳେ ପଛପଟୁ ମଦ ବିକ୍ରି କରି ଲୋକଙ୍କୁ ଲୁଟି ଚାଲିଛନ୍ତି। କହିବାକୁ କେହି ନାହିଁ ବା ଶୁଣିବାକୁ କେହି ନାହାନ୍ତି। ବାବୁ ମାନେ କରୋନା ଯୋଗୁ ବହୁ କାର୍ଯ୍ୟ ବ୍ୟସ୍ତ । ଅନ୍ୟ ପକ୍ଷେ ମଦ ଦୋକାନି ଲୋକଙ୍କୁ ଶୋଷଣ କରିଚାଲିଥିବାବେଳେ ଆଜି ଗ୍ରାହକମାନେ ଟିକସ ଠାରୁ ଅଧିକ ଦାମ ନେଉଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ ଗ୍ରାହକ ଜଣକ ଗତକାଲି ଅତାବିରା ବସ ଷ୍ଟେଣ୍ଡ ପାଖରେ ଥିବା ବିଦେଶୀ ମଦ ଦୋକାନରୁ ଅଠର ସହ ଟଙ୍କାର ମଦ ନେଇଥିଲେ ଓ ସେ କୌଣସି ଅନ୍ ଲାଇନ ବୁକିଂ କରି ନଥିଲେ ଦୋକାନ ଖୋଲି ମଦ ଦେଇଥିଲା ଓ ମଦ ଦୋକାନୀ ତାଙ୍କ ଠାରୁ ଏକ ହଜାର ଟଙ୍କା ଅଧିକ ନେଇଥିବାର ଗଣ ମାଧ୍ୟମକୁ କହିଛନ୍ତି।ସେଥିପାଇଁ ଆଜି ପୁଣି ସେଇ ବ୍ୟକ୍ତିଜଣକ ମଦ କିଣିବା ପାଇଁ ଆସିଥିଲେ ଓ ସରକାରୀ ରେଟ ଠାରୁ ଅଧିକ ଦାମ ନେଉଥିବା ହେତୁ ମଦ ଦୋକାନରେ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ସାମନ୍ୟ ବଚସା ମଧ୍ୟ ହୋଇଥିଲା।ଏନେଇ ଖବରପାଇ ଗଣମାଧ୍ୟମ ପହଞ୍ଚି ପଚରାଉଚୁରା ଜଣାପଡିଥିଲା ଯେ ମଦ ଦୋକାନୀ ଭୁଲ ବଶତଃ ବିଲ କାଟି ଦେଇଛି ।ଏବଂ ସରକାର ଅନ୍ ଲାଇନ ବ୍ୟବସ୍ଥାକୁ ଉଲଂଘନ କରି ଅଫ ଲାଇନରେ ବିଭାଗୀୟ ଅଫିସର ମାନଙ୍କ କହିବା ଅନୁସାରେ ଅଫ ଲାଇନ ବିକ୍ରି କରୁଛୁ ବୋଲି କହି ଗୋଟି ଗୋଟି କରି,ବ୍ୟାଗରେ,ପେଟିରେ, ରାଜରାସ୍ତା ଉପରେ ସର୍ଭିସ ରୋଡ଼କୁ ଅବରୋଧ କରି ମଦ ବିକ୍ରି କରି ଗ୍ରାହକମାନଙ୍କୁ ଶୋଷଣ କରି ଚାଲିଛନ୍ତି ବୋଲି ଲୋକେ କହୁଛନ୍ତି।ତେବେ ଏଭଳି ଅବ୍ୟବସ୍ଥିତ ପରିବେଶ ସୃଷ୍ଟି କରି ଖୁଲେ ଆମରେ ସରକାରୀ ନିୟମକୁ ଉଲଂଘନ କରି ଚଢା ଦରରେ ମଦ ବିକ୍ରିରେ କିଏ କିଏ ସାମିଲ ଅଛନ୍ତି ଓ ଏଥିରେ କେତେ କୁଜିନେତା ଓ ଅଫିସର ମାନଙ୍କର ଭାଗ ବଣ୍ଟା ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେବାସହ ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି ହେଉଛି।
ନବୀନ ଦାଶଙ୍କ ରିପୋର୍ଟ