Breaking News

ଗ୍ରାମକୁ ବିଶୋଧନ, ସମସ୍ତଙ୍କର ସ୍ୱାବ ଟେଷ୍ଟ, ଫ୍ରି କିଚେନ, ପାନୀୟ ଜଳ ଆଦି ସମସ୍ୟା ନେଇ ମହିଳା ବସିଲେ ଧାରଣାରେ

ଡେଲାଙ୍ଗ ---  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତର ଅଳଉତା ଗ୍ରାମକୁ ବ୍ଳକ ପ୍ରଶାସନ ପକ୍ଷରୁ କଣ୍ଟମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହା କରାଯିବା ପରେ ସୋମବାର ସକାଳୁ ଗ୍ରାମ ବାସୀ ମାନେ ବିଭିନ୍ନ ଦାବୀ ନେଇ ଧାରଣା ଦେଇଥିଲେ । ମଙ୍ଗଳବାର ଦ୍ୱତୀୟ ଦିନରେ ଗ୍ରାମର ମହିଳା ଓ ପୁରୁଷ ମାନେ   ଗ୍ରାମକୁ ବିଶୋଧନ, ସମସ୍ତଙ୍କର ସ୍ୱାବ ପରୀକ୍ଷା,  ଫି କିଚେନ ( ମାଗଣାରେ ରନ୍ଦାଖାଦ୍ୟ ) , ପାନୀୟ ଜଳ ଯୋଗାଣ, ବ୍ଳକ ବିଡିଓ, ସରପଞ୍ଚ ଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ  ଦାବୀରେ ଧାରଣା ଦେଇଥିଲେ  ।  କୋଭିଡି -୧୯ ପାଇଁ ସ୍ୱତନ୍ତ ଭାବେ ନିଯୁକ୍ତି ହୋଇଥିବା ଏଡିଏମ ସୁବାଷ ଚନ୍ଦ୍ର ନାଥଶର୍ମା , ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ,  ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଧାରଣା ଦେଇଥିବା  ଅଳଉତା ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ସହିତ ଆଲେଚନା କରିଥିଲେ ।  ଆଲେଚନା ସମୟରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,  ବିଜେପି ପୁରୀ ଜିଲ୍ଲା ସଭାପତି ଆଶିତ ପଟ୍ଟନାୟକଙ୍କ ସହିତ  ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ  ପହଞ୍ଚି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏ  ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ସମସ୍ତ ତଥ୍ୟ ଓ ଅବଗତ କରାଇବେ  ବୋଲି ଏଡିଏମ ନାଥଶର୍ମା କହିବା ପରେ ଧାରଣାରତ ମହିଳା ମାନେ ଉଠିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts