ସେନାପଟା ଓ ବାହୁଟ ସେବା ପାଇଁ ବଉଳବୃକ୍ଷ ଚିହ୍ନଟ
ସାକ୍ଷୀଗୋପାଳ ------ଶ୍ରୀ ଜଗନ୍ନାଥ ଓ ବଡଠାକୁର ଙ୍କ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ସମୟରେ ଶ୍ରୀଅଙ୍ଗଲାଗି ସେନାପଟା ଓ ବାହୁଟ ଗୁପ୍ତସେବା ନିମନ୍ତେ ଆବଶ୍ୟକ ବଉଳ ବୃକ୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ହାଟସାହିର ହୃଷିକେସ ମହାନ୍ତିଙ୍କ ବଗିଚାରେ ଥିବା ବଉଳ ଗଛ ଚିହ୍ନଟ କରାଯାଇଛି । ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ସାକ୍ଷୀଗୋପାଳରୁ ବଉଳ କାଠ ରଥଯାତ୍ରା ପାଇଁ ସେନାପଟା ଓ ବାହୁଟ ସେବା ପାଇଁ ଯାଇଥାଏ । ରଥ ନିର୍ମାଣ ସୁପରଭାଇଜର ସୁଦର୍ଶନ ମେକାପ, ସର୍ଦ୍ଦାର ଭୋଇ ସେବକ ରବି ଭୋଇ, କାତ୍ତିକ ଭୋଇ ଉକ୍ତ ବଉଳ ଗଛ ମାପଚୁପ କରିବା ପରେ ଠାକୁରଙ୍କ ସେବା ପାଇଁ ବୃକ୍ଷଟିକୁ ଚୟନ କରିଥିଲେ । ଆବଶ୍ୟକ ୬ ହାତ ଲମ୍ବ ଓ ଦେଢ ହାତ ଗୋଲେଇର ୩ ଖଣ୍ଡ କାଠ ସଂଗ୍ରହ କରାଯିବ ବୋଲି ରଥ ନିର୍ମାଣ ସୁପରଭାଇଜର ଶ୍ରୀ ମେକାପ କହିଥିଲେ । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,ସାକ୍ଷୀଗୋପାଳ ମନ୍ଦିର ଅତିରିକ୍ତ କର୍ଯ୍ୟନିବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର, ସତ୍ୟବାଦୀ ବ୍ଳକ ଏବିଡିଓ ସାରଦା ପ୍ରସନ୍ନ ପଟ୍ଟନାୟକ, ସାମାଜିକ କର୍ମୀ ଶଙ୍କର ପ୍ରଧାନ, ସତ୍ୟବାଦୀ ସଂସ୍କୃତି ସୁରକ୍ଷାର ମଞ୍ଚର ସଂପାଦକ କିଶୋର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ନିର୍ଜଳା ଏକାଦଶୀ ତିଥିରେ ଗଛକୁ ପୂଜାର୍ଚ୍ଚନା କରାଯାଇ ବୃକ୍ଷ ଛେଦନ କରାଯିବା ପରେ ଶ୍ରୀକ୍ଷେତ୍ର ଅଭିମୁଖେ କାଠ ଶଗଡିକୁ ମେଲାଣି ଦିଆଯିବ ।
ସତ୍ୟବାଦୀରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ
ସତ୍ୟବାଦୀରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ