Breaking News

ବନ୍ଦେ ଉତ୍କଳ ଜନନୀ" ଗାନରେ ପ୍ରକମ୍ପିତ ହେଲା କୁରାଳ ଗ୍ରାମପଞ୍ଚାୟତ


ଓଡ଼ଗାଁ/କୁରାଳ - ଓଡିଶା ଜନମାନସର ଲୋକପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋଭିଡ ୧୯ ଯୋଦ୍ଧାଙ୍କ ତ୍ୟାଗତଥା ବଳିଦାନଙ୍କୁ ସମ୍ମାନ ଦେବା ଉଦେଶ୍ୟରେ ଆଜି କୁରାଳ ଗ୍ରାମପଞ୍ଚାୟତର ପୁରପଲ୍ଲୀରେ ବନ୍ଦେ ଉତ୍କଳ ଜନନୀ ସାମୁହିକ ଭାବେ ଲୋକମାନେ ସ୍ୱତଃପୁତ ଭାବେ ଗାନ କରୁଥିବା ଦେଖିବାକୁ ମିଳିଥିଲା । କୁରାଳ ଗ୍ରାମପଞ୍ଚାୟତ ତରଫରୁ କୁରାଳ ଚଣ୍ଡୀଛକ ଠାରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ଏଥିରେ ସରପଞ୍ଚ ଝିଲି ପ୍ରଧାନଙ୍କ ସମେତ ପଞ୍ଚାୟତର କିଛି ସଦସ୍ୟ ,ଆଶା କର୍ମୀ ,ଅଙ୍ଗନବାଡି କର୍ମୀ ଏବଂ କୁରାଳ ଗ୍ରାମବାସୀ ବିପୁଳ ପରିମାଣରେ ଯୋଗ ଦେଇ ମାଇକ ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
ସେହିପରି ନାଥିଆପଲ୍ଲୀ ,ହନୁମନ୍ତିଆ,ନାଉରିଆଗୋଡା,ଆମ ଗାଁ କୁରାଳ ତରଫରୁ କୁରାଳ ଦୋଳମଣ୍ଡପ ଛକ ଠାରେ ସାମୁହିକ ଭାବେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ ପରିଲକ୍ଷିତ ହୋଇଥିଲା  ।
କୁରାଳ ଗ୍ରାମପଞ୍ଚାୟତର ଦଣ୍ଡୋରଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଏହି ସାମୁହିକ ଗାନରେ ଅଂଶଗ୍ରହଣ କରିଥିଲେ।ପାଣିଷଣ୍ଢ ୟୁଥ କ୍ଲବ ଏବଂ ଫ୍ରେଣ୍ଡସ କ୍ଲବର ମିଳିତ ଆନୁକୂଲ୍ୟରେ ଏବଂ ବଡ ସାହିରେ ଲୋକେ ଅପରାହ୍ନ ୫ଟା୩୦ ମିନିଟ ସମୟରେ ମାସ୍କ ପରିଧାନ କରି ସାମାଜିକ ଦୂରତ୍ୱ ରକ୍ଷା କରି କରୋନା ହିରୋଙ୍କର ସେବା ମନୋବୃତିକୁ ଦ୍ବିଗୁଣିତ କରିବା ପାଇଁ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।ଦଶ ମିନିଟ ପାଇଁ ସମ୍ପୂର୍ଣ୍ଣ ପଞ୍ଚାୟତ ସଂଗୀତମୟ ପାଲଟିଯାଇଥିଲା।ଆଉ କିଛି ବ୍ୟକ୍ତିବିଶେଷ ଘରେ ରହି ମଧ୍ୟ ସଙ୍ଗୀତ ଗାନ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଅଛି ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts