କ୍ଳବ ସତ୍ୟବାଦୀ ପକ୍ଷରୁ ରକ୍ତ ଦାନ ଶିବିର
ସାକ୍ଷୀଗୋପାଳ--- ରାଜ୍ୟରେ ମହାମାରି କରୋନା ଯୋଗୁ ସବୁଆଡେ ଲକ ଡାଉନ ଜାରି ରହିଛି । ମାତ୍ର ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଯାଇଛି । ଏହାକୁ ଲକ୍ଷ୍ୟ କରି ସାକ୍ଷୀଗୋପାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ଳବ ସତ୍ୟବାଦୀ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ସାକ୍ଷୀଗୋପାଳ ଜଳ ସେଚନ ଢାକବଙ୍ଗଳ ନିକଟସ୍ଥ କେଶରୀ ନସିଂହୋମ ପରିସରରେ ଅନୁଷ୍ଠିତ ହେବ । ଏଣୁ ଯୁବକ, ଯୁବତୀ ମାନେ ବହୁ ସଂଖ୍ୟାରେ ଯୋଗ ଦେବା ସହ ରକ୍ତ ଦାନ କରିବା ପାଇଁ କ୍ଳବ ସତ୍ୟବାଦୀର ସମ୍ପାଦକ ଆଲୋକ ଖୁଣ୍ଠିଆ ନିବଦେନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି