Breaking News

ଇଦ୍ ଭଳି ପବିତ୍ର ଦିନରେ ଜାକିରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆରମ୍ଭ ହେଲା ଉଦ୍ୟମ



ପିପିଲି--- ଦିନେ ଓଡ଼ିଶା ପାଇଁ ଗୋୖରବ ଆଣିଥିବା ବ୍ୟକ୍ତି ଆଜି ନିଜ ପରିବାର ପ୍ରତିପୋଷଣ ପାଇଁ ଅସମର୍ଥ। ଏ ହେଉଛି ପିପିଲି ବ୍ଲକ୍ ଅନ୍ତର୍ଗତ ୯ ନମ୍ୱର୍ ୱାର୍ଡ ର ଶେକ୍ ଜାକିର ଙ୍କ କଥା। ଯେଉଁ ବ୍ୟକ୍ତି ୨୦୦୮ ମସିହାରେ ୩ ମିନିଟ୍ ୧୬ ସେକେଣ୍ଡ ରେ ୩ଶହ ପଇଡ଼ କୁ ନିଜ ହାତ କହୁଣି ରେ ଭାଙ୍ଗି ଲିମକା ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇ ଓଡ଼ିଶା ପାଇଁ ଗୋୖରବ ସାଉଁଟି ଥିଲେ ।  ଆଜି ସେ ରୋଗା କ୍ରାନ୍ତ ହୋଇ ପଡ଼ିରହିଛନ୍ତି ଘରେ ।ଏପରିକି ନିଜ ପରିବାର ପ୍ରତିପୋଷଣ କରିବା ପାଇଁଁ ମଧ୍ୟ ସାମର୍ଥ୍ୟ ହରେଇ ଦେଇଛନ୍ତି ଜାକିର।
ମାର୍ଚ୍ଚ ମାସ  ୨୭ତାରିଖରେ ହଠାତ୍ ଉଚ ରକ୍ତଚାପ ଓ ପକ୍ଷାଘାତ ର ଶିକାର ହେଲେ ଜାକିର। ପରିବାର ବର୍ଗ ସାଙ୍ଗେ ସାଙ୍ଗେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ଓ ପରେ ଏକ ଘରୋଇ ଡାକ୍ତଖାନାରେ ଭର୍ତି କରାଇଥିଲେ। ହେଲେ ଚିକିତ୍ସାରେ ବାଧକ ସାଜିଲା ଅର୍ଥ ।
ବର୍ତମାନ  ଜାକିରଙ୍କ  ନା ଅଛି ରାସନ୍ କାର୍ଡ ନା ଅଛି ରୋଜଗାର। ଏହି ଭଳି ଦୁଃଖଦ ଅବସ୍ଥାରେ ଆଜି ଇଦ୍ ଭଳି ପବିତ୍ର ଦିନରେ ତାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଭୁବନଶ୍ବରସ୍ଥିତ SFA (ସ୍ପିକ୍ ଫର୍ ଆନିମାଲ୍ସ) ସଂସ୍ଥାର ସଭାପତି କୁଶଲ୍ ବିଶ୍ୱାସ ଓ ସହ କର୍ମୀ ସେଫାଲୀ ଉଦ୍ଗତା ଙ୍କ ତରଫରୁ ପୁରୀସ୍ଥିତ ସୁପରିଚିତ ସାହିଭାଇ ଅନୁଷ୍ଠାନ ସାହାଯ୍ୟରେ ରାସନ୍ ସାମଗ୍ରୀ   ଜାକିରଙ୍କ ପରିବାରକୁ ପ୍ରଦାନ କରାଯାଇଛି।

ଆଗାମୀ ଦିନରେ ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ଉଭୟ ଅନୁଷ୍ଠାନ ତରଫରୁ  ପ୍ରତିଶୁତି ଦିଆଯିବା ସହ ଆଶୁ ଆରୋଗ୍ୟ କାମନା କରାଯାଇଛି।

 ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts