ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ୨ ଗିରଫ
ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ ରାଧାକାନ୍ତପୁର ଗ୍ରାମର ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି । ବୋଲଗଡ ଥାନା ଅନ୍ତର୍ଗତ ପାନନଗର ଗ୍ରାମର ଘରୋଇ କଳିକୁ କେନ୍ଦ୍ର କରି ଆକ୍ରମଣ କରିବା ଅଭିଯୋଗରେ ବେଗୁନିଆ ପୋଲିସ ଶୁକ୍ରବାର ଦିନ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁର୍ବ ଶ୍ରତୁତାକୁ କେନ୍ଦ୍ର କରି ୨୭ ତାରିଖ ଦିନ ପାନନଗର ଗ୍ରାମର ଜୀବନ ମଲିକ ,ଦିଲୀପ ନାଏକ ,କହ୍ନେଇ ନାଏକ ଓ ପରମା ମଲିକ ରାଧାକାନ୍ତପୁର ଗ୍ରାମର ବାସୁଦେବ ପରିଡାଙ୍କ ଘରେ ପହଞ୍ଚି ଗାଳିଗୁଲଜ କରି ତାଙ୍କର ଖୁଡି ଶାନ୍ତିଲତା ପରିଡାଙ୍କୁ ମାଡ ମାରିଥିଲେ । ଫଳରେ ଶାନ୍ତିଲତା ଆହତ ହୋଇ ଚିତ୍କାର କରିବାରୁ ବାସୁଦେବ ତାଙ୍କର ଭାଇ ଓ ପୁତୁରା ସହିତ ଘଟଣା ସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତମାନେ ତାଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରି ପଳାଇଥିଲେ । ଶାନ୍ତିଲତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରି ଫେରୁଥିବା ବେଳେ ପୁନଶ୍ଚ ବାଘମାରୀ –ବେଗୁନିଆ ରାସ୍ତା ମଝିରେ ପରମା ମଲିକ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଅଟକାଇ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲେ । ଏଥିରେ କବି ପରିଡା ମୁଣ୍ଡ ଫାଟି ଯାଇଥିଲା । ଏହି ଘଟଣାରେ ଜୀବନ ମଲିକ ଓ ଦିଲୀପ ନାଏକଙ୍କୁ ବେଗୁନିଆ ଥାନା ସବଇନିସପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା ଗିରଫ କରି କୋର୍ଟ ଚାଳାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ବାସୁଦେବଙ୍କ ଅଭିଯୋଗକୁ ଭିତିକରି ବେଗୁନିଆ ପୋଲିସ ୧୦୭/୨୦ରେ କେସ ରୁଜୁ କରି ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା