Breaking News

କଣ୍ଟାବାଡରେ କରୋନା ସଚେତନତା

ବେଗୁନିଆ---- ବେଗୁନିଆ  ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମର ଆଦିବାସୀ ସାହିରେ କରୋନା ସଚେତନତା ସହ ମାସ୍କ ,ସାବୁନ ଇତ୍ୟାଦି ବଣ୍ଟନ କରାଯାଇଛି ।  ଲୋକମାନଙ୍କୁ ଆବଶ୍ୟକୀୟ ସାମାଜିକ ଦୂରତ୍ୱ  ରକ୍ଷା କରିବା,ନିୟମିତ ସାବୁନରେ ହାତ ଧୋଇବା  ଓ ମାସ୍କ ପିନ୍ଧିବା ସହ କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ ଉପସ୍ଥିତ ସ୍ୱେଚ୍ଛାସେବୀମାନେ ସଚେତନ କରାଇଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ,ସମିତି ସଭ୍ୟ ସୁବାସ ମହାନ୍ତି,ସମାଜସେବୀ ଶିଶିର କୁମାର ଆଚାର୍ଯ୍ୟ,ଶ୍ରୀକାନ୍ତ କୁମାର ବାହିନୀପତି,କାଳନ୍ଦୀ ଚରଣ ମହାପାତ୍ର ଓ ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts