ଗୋରୁ ଉଭାନକୁ ନେଇ ପୋଲିସର ପିଛା ଛାଡୁନି ବିବାଦ
ବେଗୁନିଆ--- ଗତ ଅପ୍ରେଲ ୧୪ ତାରିଖ ଦିନ କଡବ ଆଦିବାସୀ ସାହିରେ ପ୍ରଶାସନ ପକ୍ଷରୁ ହୋଇଥିବା ଚଢାଉରେ ଜବତ ହୋଇଥିବା ୫୦ ରୁ ଉର୍ଦ୍ଧ ଗୋରୁଙ୍କ ମଧ୍ୟରୁ ୮ ଟି ଗୋରୁ ସ୍ଥାନୀୟ କ୍ଲବ ସଭ୍ୟମାନେ ଉଦ୍ଧାର କରି ବ୍ୟକ୍ତିଗତ ଭାବରେ ନିଜ ଗୁହାଳ ଘରେ ରଖିଥିଲେ । ସେଥିମଧ୍ୟରୁ ୩ ଗୋଟି ଗୋରୁଙ୍କୁ ଚୋରା ଚାଲାଣ କାରୀମାନେ ଥାନା ଅଧିକାରୀଙ୍କ ନାମ କହି ନେଇ ଯାଇଥିଲେ । ବାକି ୫ ଗୋଟି ଗୋରୁଙ୍କୁ ଥାନା କର୍ତୁପକ୍ଷଙ୍କୁ ହସ୍ତାନ୍ତର କରିବା ପରେ ନିୟମ ଅନୁଯାଇ ଏଥିରୁ ମାତ୍ର ୩ ଗୋଟି ଗୋରୁଙ୍କୁ ସିଜୁଆସ୍ଥିତ ସରକାରୀ ଗୋଶାଳାରେ ଥାନା ପକ୍ଷରୁ ଛଡାଯାଇଥିଲା । ଆଉ ଦୁଇଟି ଗୋରୁ ଉଭାନ ହୋଇଯିବା ଓ ପତା ସମ୍ପର୍କରେ କ୍ଲବ ସଭ୍ୟମାନେ ପୋଲିସ ଉଚ୍ଚ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୋର୍ଦ୍ଧା ଅତିରିକ୍ତ ଏଏସପି ମାୟାଧର ସେଠୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ମାମଲାରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଗ୍ରାମବାସୀଙ୍କ ନାମରେ ମୋକଦ୍ଦମା ରୁଜୁ କରି ଏହି ମାମଲାରେ ଅଭିଯୁକ୍ତ ଥିବା ଥାନାର କନେଷ୍ଟବଳ ସୁଶାନ୍ତ ସାହୁଙ୍କୁ ଜାଣିଶୁଣି ଏଥିରୁ ବାଦ ଦେବା ସାଧାରଣ ନ୍ୟାୟିକ ପ୍ରକ୍ରିୟାର ଉଲ୍ଲଘଂନ କରୁଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ୟୁଥ କ୍ଲବର ସଭାପତି ସୁକାନ୍ତ କୁମାର ପରିଡା ଦୃଢ ନିନ୍ଦା କରିବା ସହ ମୂଳ ଏଫଆଇଆରରେ ଅଭିଯୁକ୍ତ ଥିବା କନେଷ୍ଟବଳ ସୁଶାନ୍ତ କୁମାର ସାହୁଙ୍କୁ ଏଥିରେ ସଂଯୁକ୍ତ କରି ତଦନ୍ତ ଚାଲୁ ରଖିବାକୁ ଦାବୀ କରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା