ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ନାହିଁ ,ପ୍ରଶାସନର ନିଷ୍ପତି ହିଁ ଶେଷ ନିଷ୍ପତି
ବେଗୁନିଆ---- ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ର କୁ ଗ୍ରାମବାସୀ ମାନେ ବିରୋଧ କରି ଆସୁଥିବା ବେଳେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରୁ ନାହାନ୍ତି । ଉକ୍ତ କେନ୍ଦ୍ରଟି ଡାଳତୋଳା ଗ୍ରାମର ଜନବସତି ମଧ୍ୟରେ ଅବସ୍ଥିତ ହୋଇଥିବାରୁ ପ୍ରବାସୀ ଓଡିଆ ମାନଙ୍କ ଯୋଗୁଁ ଗ୍ରାମବାସୀ ମାନେ କରୋନା ସଂକ୍ରମଣ ଭୟର ଆଶଙ୍କା କରି ଏଠାରେ କେବଳ ନିଜ ଗ୍ରାମର ପ୍ରବାସୀ ଓଡିଆମାନେ ରହିବେ ବୋଲି ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ରହି ବିରୋଧ କରିଆସୁଛନ୍ତି । ଦୀର୍ଘ ୪ ଦିନ ହେଲା ଜନସାଧାରଣ ବିରୋଧ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ବି ଜଣେ ହେଲେ ନ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଗତକାଲି ବେଗୁନିଆ ତହସିଲଦାର ଓ ବିଡିଓ ରଶ୍ମିରେଖା ଦାସ ଘଟଣା ସ୍ଥଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜନିଜ ଜିଦରେ ଅଟଳ ରହି ମନମୁଖି ଭାବରେ ହୋଇଥିବା କେନ୍ଦ୍ର ସମ୍ପର୍କରେ ଏକଲିଖିତ ଅଭିଯୋଗ ପତ୍ର ଦେଇଥିଲେ । ଶନିବାର ଦିନ ଡାଳତୋଳା ଗ୍ରାମର ୬ ଜଣ ୱାର୍ଡମେମ୍ବର ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ଜିଲ୍ଲାପାଳ ନଥିବାରୁ ଉପଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ଦେଖା କରିଥିଲେ । ବର୍ତମାନ ସେଠାରେ ଗତବର୍ଷ ଫନିରେ ଉଡିଯାଇଥିବା ଭଙ୍ଗା ଗୃହରେ କ୍ୱାରେଣ୍ଟାଇନ କେନ୍ଦ୍ର ହୋଇଥିବା ବେଳେ ୬୮ ଜଣ ପ୍ରବାସୀ ଓଡିଆ ସେହି ପଞ୍ଚାୟତକୁ ଫେରିବା ପାଇଁ ନାମ ପଞ୍ଚୀକରଣ କରିଛନ୍ତି । କିନ୍ତୁ ଆଜି ସୁଦ୍ଧା ୨ ଗୋଟି କୋଠରୀ ୨୦ ଗୋଟି ବେଡ ପଡିଥିବା ବେଳେ ପାଇଖାନା ଓ ଲୁଗା ସଫା କରିବା ପାଇଁ କୌଣସି ଶୋଚାଳୟ ଏ ପର୍ଯ୍ୟନ୍ତ ନିର୍ମାଣ କରାଯାଇନାହିଁ ।ଏଠାରେ ବ୍ୟବହୃତ ହୋଇଥିବା ପୁରୁଣା ଫ୍ୟାନଗୁଡିକୁ ଠିକ ଭାବରେ ମରାମତି ନହୋଇ ବନ୍ଦ ଅବସ୍ଥାରେ ପଡି ରହିଛି । ଉପଯୁକ୍ତ ତଦାରଖ ଅଭାବରୁ ଅନେକ କ୍ଷେତ୍ରରେଏହିଭଳି ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା