ବଜ୍ରପାତରେ ବୃଦ୍ଧ ଚାଷୀଙ୍କର ମୃତ୍ୟୁ
ବେଗୁନିଆ- ବେଗୁନିଆ ବ୍ଲକରେ ଶୁକ୍ରବାର ଅପରାହ୍ନରେ କାଳ ବୈଶାଖି ବର୍ଷା ଓ ପବନ ସାଙ୍ଗକୁ ବଜ୍ରପାତ ଘଟି ଜଣେ ବୃଦ୍ଧ ଚାଷୀଙ୍କର ମୃତ୍ୟୁ ଘଟିଛି । ସୂଚନାରୁ ପ୍ରକାଶ ଯେ ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ପରିଛଳ ଗ୍ରାମର ସୁଦର୍ଶନ ମୁଦୁଲି(୬୨) ନିଜ ଚାଷ ଜମିରୁ ସାଇକେଲରେ କାର୍ଯ୍ୟସାରି ଫେରୁଥିବା ସମୟରେ ଅଚାନକ ବଜ୍ରପାତ ଘଟି ସେ ଅଚେତ ହୋଇ ପଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ଏ ନେଇ ବେଗୁନିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସଂପୃକ୍ତ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା