Breaking News

ବର୍ଷକୁ ଥରେ ଧୋଇଯାଏ ସରକାରୀ ଟଙ୍କା



  ବରଗଡ଼ --- ପ୍ରତି ବର୍ଷ ରାସ୍ତା ତିଆରି ହୁଏ ଏହା ମିଛ ନୁହେଁ ଏହା ସତ୍ୟ ।   ଅତାବିରାରୁ ବାବେବିରା ରାସ୍ତାଦେଇ ଲରମ୍ଭା ଯିବାକୁ ହେଲେ ଝାଉଁ ନଦୀ ପାର ହେବାକୁ ପଡିଥାଏ।ରାତି ପାହିଲେ ଏହି ରାସ୍ତାଦେଇ ୨୦/୨୫ଖଣ୍ଡ ଗାଁର ଲୋକଙ୍କ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । ବର୍ଷାଦିନ ଦିନ ଯେମିତି ଏମାନଙ୍କ ପାଇଁ  ଅଭିଶାପ ହୋଇଯାଏ।ଆବାହମ କାଳରୁ ଏଇ ଖରସ୍ରୋତା ନଦୀ ପାର ହେଇ ଯିବାବେଳେ ଅସମ୍ଭବ ହୋଇପଡୁଥିଲା।ଏହି ଅସୁବିଧାକୁ ଦୂର କରିବା ପାଇଁ ୨୦୧୧/୧୨ମସିହାରେ ତତ୍ କାଳୀନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ୮ଲକ୍ଷ ଟଙ୍କା ବିଧାୟକ ଫଣ୍ଡରୁ ଦେଇ ୬୦ଟି ସିମେଣ୍ଟ ପୋଲ ବିଶିଷ୍ଟ ଏକ ସାଧାରଣ ପୋଲ ନିର୍ମାଣ କରାଇଥିଲେ।ପୋଲ ଉପରେ ବାଲି ବସ୍ତା ଓ ମାଟି ଦେଇ ଅସ୍ଥାୟୀ ପୋଲ ରାସ୍ତା କରାଯାଏ। ବର୍ଷା ଦିନ ଆସିଲେ ରାସ୍ତାଟି ଭାସି ବିଛିନ୍ନ ହୋଇ ଲୋକଙ୍କ ଚିନ୍ତା ବଢ଼େଇବା ସାଙ୍ଗକୁ ଛାତ୍ରଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ହୋଇଥାନ୍ତି।ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଅଢେଇ ରୁ ତିନି ଲକ୍ଷ ଟଙ୍କା ବ୍ଲକ ତରଫରୁ ଖର୍ଚ୍ଚ କରାଯାଇଥାଏ।ଏହି ଅସ୍ଥାୟୀ ପୋଲ ତିଆରି ପାଇଁ ଗତ ୨୦୧୩/୧୪ଆର୍ଥିକ ବର୍ଷରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଧାୟକ ପାଣ୍ଠିର ସୁଧ ଟଙ୍କାରୁ ୩ଲକ୍ଷ ଏହି ଅସ୍ଥାୟୀ ପୋଲ ତିଆରି ପାଇଁ ଦେଇଥିବାବେଳେ ବର୍ଷକୁ ଥରେ ଠିକାଦାର ପୋଷା ନୀତିରେ ରାସ୍ତାଟି କରି ସରକାରୀ ଟଙ୍କା ଧୋଇ ଯାଇଥିବାର ଲୋକେ ଅଭିଯୋଗ କରନ୍ତି।ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲର ସ୍ଥାୟୀତ୍ୱ ଆଣି ପାରିନାହାନ୍ତି। ଅଳ୍ପ ଟିକିଏ ବର୍ଷା ହେଲେବି ତୀଵ୍ର ଜଳ ସ୍ରୋତ ଯୋଗୁଁ ପୋଲ ଭାସିଯାଇ ମାସ ମାସ ଧରି ରାସ୍ତା ବିଛିନ୍ନ ହୋଇଯାଏ।ନଦୀର ଦୁଈକୂଳ ମଧ୍ୟରେ ଦୂରତା ୧୫୦ ମିଟରରୁ ଉର୍ଦ୍ଧ୍ବ।କିନ୍ତୁ ପୋଲ ତିଆରି ହୁଏ ଅଧାରୁ କମ ଓ ବାକି ତକ ମାଟିରେ ତିଆରି ହୋଇଥାଏ।ଏହି ପୋଲ ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇ ସାରିଛି ହେଲେ ପୋଲର ଅବସ୍ଥା ଆଜି ବି ଆଗ ପରି।ସାମାନ୍ୟ ବର୍ଷା ତଥା ଏବେ କାଳ ବୈଶାଖୀର ଅଦିନିଆଁ ବର୍ଷାରେ ଖରା ଦିନରେ ପୋଲ ଧୋଇ ଯାଇ ରାସ୍ତା ବିଛିନ୍ନ ରହିଛି।ପୁଣି ବର୍ତ୍ତମାନ ରବି ଫସଲ ଅମଳର ସମୟ। ନଦୀ ଅପର ପାର୍ଶ୍ଵରେ ଥିବା ଜମି ଗୁଡି଼କର ଧାନ ଏ ପଟକୁ ଆଣିବା ଅତି କଷ୍ଟକର।ତେଣୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି।ଯଦି ଜାତୀୟରାଜପଥରେ ଯିବାକୁ ହେଲେ ୧୫/୨୦ କିଲୋମିଟର  ରାସ୍ତା ବୁଲାଣି ପଡିଥାଏ।ଏବେ ପୁଣି ଲକ ଡାଉନ ସମୟରେ କେମିତି ଅମଳ ହେଇଥିବା ଫସଲ ଅଣା ହେବ ଏ ନେଇ ଚିନ୍ତାରେ ଚାଷୀ।ଏଇ ବାଟ ଦେଇ ଅନେକ ନେତା ମନ୍ତ୍ରୀ ତଥା କିଛି ଦିନ ଆଗରୁ ବିଡ଼ିଓ ଓ ବରଗଡ଼ଜିଲ୍ଲାପାଳ ଅଟକି ଅନୁଧ୍ୟାନ ମଧ୍ୟ କରିଥିବା ଲୋକେ କହନ୍ତି।ତେବେ ଦେଖଯାଉ କେବେ ବିକାଶ ଛୁଇଁ ପୋଲର ସ୍ଥାୟୀତ୍ୱ ଆସିବ ଆଶା ବାନ୍ଧି ରଖିଛନ୍ତି ଜନସାଧାରଣ।
ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts