ଭଞ୍ଜନଗର ଡିଏଭି ପରିସରରେ ସି.ବି ଏସ୍.ସି ଟିମ୍ ର ଯାଞ୍ଚ
ଭଞ୍ଜନଗର-- ଭଞ୍ଜନଗର ଡିଏଭି ପରିସରରେ ସି.ବି ଏସ.ସି ର ଦୁଇ ଜଣିଆ ସଦସ୍ୟ ଦ୍ବାରା ଯାଞ୍ଚ ହୋଇଛି।ଶ୍ରୀ ଅଖିଳେଶ୍ବର ମିଶ୍ର ଅଧ୍ୟକ୍ଷ ଡି.ଏମ୍ ସ୍କୁଲ ଭୁବନେଶ୍ୱର ଓ ଶ୍ରୀ ଅଞ୍ଜନ କୁମାର ଖଟୁଆ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ଵରରୁ ଆସିଥିବା ଏହି ଅଧିକାରୀ ଦ୍ବୟଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସ୍ବାଗତ କରିଥିଲେ ।ଏହି ଅବସରରେ ସେମାନେ ବିଦ୍ୟାଳୟର ସମସ୍ତ ଗୁରୁତ୍ବପୂର୍ଣ୍ଣ ନଥିପତ୍ରକୁ ତନଖି ଦେଖିଥିଲେ। ଶ୍ରେଣୀଗୃହ ପରିଭ୍ରମଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସହିତ ବାର୍ତ୍ତାଳାପ ମାଧ୍ୟମରେ ସମସ୍ତ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନପଚାରି ବୁଝିଥିଲେ । ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ନିଜର ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ପରିଶେଷରେ ସେମାନେ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟକ୍ରମରେ ନିଜର ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟର ମଙ୍ଗଳକାମନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୮/୨୦୨୪----୮,୪୫ Sakhigopal News,3/8/2024