Breaking News

ନବମ ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ



ଭଞ୍ଜନଗର :--- ଭଞ୍ଜନଗର ବ୍ଲକ ଅଧୀନରେ ଥିବା ଢିହପଢ଼ାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ନବମ ଉଚ୍ଚ ବିଦ୍ୟାଳୟ ଭଞ୍ଜନଗର ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ  ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ବାହାଡାପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଦ୍ଧlର୍ଥ ଶଙ୍କର ସ୍ୱାଇଁ, ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ବୈଜନ୍ତିମାଳା ପ୍ରିୟଦର୍ଶନୀ, ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଓ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଡିହ ପଢାଳର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ମଂଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ପରେ ପରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରର ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଗତବୈଠକର ବିବରଣୀ ପାଠ କରିଥିଲେ l ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତା ଉପରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସନ୍ତୋଷ ଶାସମଲ ଓ ସୁଧୀର କୁମାର ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ l ପରବର୍ତ୍ତୀ ସମୟରେ ୟୁ ଡାଇଜ଼ ଅପଡେଟ, ବିଦ୍ୟାଳୟ ଭିତ୍ତିଭୂମିର ବ୍ୟବହାର ଓ ରକ୍ଷଣlବେକ୍ଷଣ, ଉତ୍କର୍ଷ, ପାଠ୍ୟକ୍ରମ ଯୋଜନା, ଗଣିତ ଦକ୍ଷତା ବୃଦ୍ଧି, ମୁଖ୍ୟମନ୍ତ୍ରୀ ଶିକ୍ଷlପୁରସ୍କାର, କ୍ଳବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ଏହି ଅବସରରେ ନିକଟ ଅତୀତରେ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ସେଠି ଓ ବଡକୋଦଣ୍ଡl ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସମସ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟର କ୍ଲାସ ରୁମ, ବିଜ୍ଞାନଗାର, ଲାଇବ୍ରେରୀ, ଶୌଚାଳୟ, ପିଇବା ପାଣି ସହ ପିଲାଙ୍କ ଦକ୍ଷତା ଉପରେ ଖୁସି ପ୍ରକଟ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ସହଯୋଗ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୮/୨୦୨୪----୮,୪୫ Sakhigopal News,3/8/2024

Blog Archive

Popular Posts