Breaking News

ଭଞ୍ଜନଗର ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି






ଭଞ୍ଜନଗର,----: ବଡ଼କୋଦଣ୍ଡା ଠାରୁ ଭଞ୍ଜନଗର ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ରକ୍ଷଣା ବେକ୍ଷଣ ଅଭାବରୁ  ଦୁଇ ବର୍ଷରୁ ଉର୍ଦ୍ଧ ହେବ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ, ପଥର ମେଟାଲ ଉଠି ଖାଲ ଖମା ହୋଇ  ପଡ଼ିରହିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାର ଖାଲଖମା ମାନଙ୍କରେ ପାଣି ଜମି ରହୁଛି।  ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ନଜିରୀ ରହିଛି। ୩ କିମି ରୁ ାଉର୍ଦ୍ଧ୍ବ  ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟି ଥିବାରୁ ଅଞ୍ଚଳର ଲୋକେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ରାସ୍ତା ଉପରେ  ବଡ଼କୋଦଣ୍ଡା, ସାନକୋଦଣ୍ଡା,ଡୁମାକୂମ୍ପା ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ ଅଟନ୍ତି।  ଏଥି ସହିତ ଉପାନ୍ତ ଡ଼ହ,ବାଇବାଲି ଓ କନ୍ଧମାଳ ଜିଲ୍ଲାକୁ ଏହି ରାସ୍ତା  ସଂଯୋଗ କରୁଥିବା ବେଳେ ରାସ୍ତା ସମ୍ପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହି ଅଞ୍ଚଳର ଲୋକେ ସ୍ଵାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ଏବଂ ବିଭିନ୍ନ କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ଦିନ ଭଞ୍ଜନଗର ଉପରେ ନିର୍ଭରଶୀଳ। ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ କିମ୍ବା ଅକସ୍ମାତ୍ କାହାର ଦୁର୍ଘଟଣା ଘଟିଲେ ଏଭଳି ଶୋଚନୀୟ ରାସ୍ତାରେ ରୋଗୀ ଙ୍କୁ ମେଡ଼ିକାଲ ନେବାରେ ବିଳମ୍ବ ହେଉଛି। ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ତୁରନ୍ତ ନୂତନ ରାସ୍ତା ନିର୍ମାଣ କିମ୍ବା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୮/୨୦୨୪---୮,୫୫ Sakhigopal News,3/8/2024

Blog Archive

Popular Posts