ମହୁଲପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଶିଶୁଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ବରଗଡ଼ --- ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ମୁଖ୍ୟ ଅତିଥି ଭାବେ ଗୁପ୍ତେଶ୍ବର ପୁରୋହିତ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସମସ୍ତଙ୍କର ଶୁଭ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅଶୋକ ଧର ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଚାରକ ଭାବେ ଆନନ୍ଦ କର୍ଣ୍ଣ, ପ୍ରମୋଦ ଗୁରୁ, ରାମେଶ୍ବର ପ୍ରଧାନ, ଅଭିଜିତ ଘୋଷ, ଦିଲେଶ୍ବର ସାହୁ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉଦୟ ବର୍ଗରୁ ୫୮ଜଣ,ଶିଶୁ ବର୍ଗରୁ ୨୧ଜଣ,ବାଲବର୍ଗରୁ ୧୮ଜଣ ମୋଟ ୯୭ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଶିଶୁ ବାଟିକା ବିଭାଗରୁ ମୋଟ ୫୪ଜଣ ଭାଗ ନେଇଥିଲେ।କାର୍ଯ୍ୟକ୍ରମକୁ ଗୋପାଳ କୃଷ୍ଣ ମାହାର୍ଣ୍ଣା ପରିଚାଳନା କରିଥିବାବେଳେ ରୋହିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ଓ ଗୁରୁଜୀ ସାହାଯ୍ୟ ଓ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୮/୨୦୨୪----୮,୪୦ Sakhigopal News,3/8/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୮/୨୦୨୪----୮,୪୦ Sakhigopal News,3/8/2024