ଜିଲ୍ଲା ସ୍ତରରେ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳିବା ପାଇଁ ଛାତ୍ରଛାତ୍ରୀ ମନୋନୀତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକରୁ ୨୫ଗୋଟି ହାଇସ୍କୁଲର ପିଲା ମାନଙ୍କୁ ନେଇ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳ ପାଇଁ ଆଜି ଖେଳାଳୀ ଚୟନ ପ୍ରକିୟା ଶେଷ ହୋଇଯାଇଛି । ୧୭ ବର୍ଷରୁ କମ ବୟସର ବାଳକ ମାନଙ୍କ ମଧ୍ୟରେ ଏକ ଫୁଟବଲ ଖେଳ କରାଯାଇ ସେମାନଙ୍କ ମଧ୍ୟରୁ ୧୫ ଜଣ ବିଭିନ୍ନ ବିଦ୍ୟାଳୟର ଛାତ୍ର ମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ସେହିପରି ବ୍ୟାଡମିଣ୍ଟନ ପାଇଁ ଜୁନିୟର ଓ ସିନିୟର ଦୁଇ ବିଭାଗରୁ ୬ ଜଣ ବାଳକ ଓ ୬ ଜଣ ବାଳିକା ଜିଲ୍ା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଖେଳରେ ଭାଗ ନେବା ପାଇଁ ମନୋନୀତ ହୋଇଥିବାବ୍ଳକସ୍ତରୀୟ ଗେମ ଆଣ୍ଡ ଷ୍ଟେଟସର ସମ୍ପାଦକ ସୁଚିତ୍ର ଖଟେଇଙ୍କ ଠାରୁ ଜଣାପଡିଛି । ସତ୍ôୟାଦୀ ବ୍ଳକର ବିଇଓ ଭବମ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଖେଳ ଅନୁଷ୍ଠିତ ହୋଇଥିଲା । ଲିଙ୍ଗରାଜ ସାହୁ, ମୌସୁମୀ ଦାସ, ଲକ୍ଷ୍ମୀଧର ନାୟକ, ସୁରେଶ ସ୍ୱାଇଁ, ପୁଷ୍ପାଞ୍ଜଳି ଜେନା, ଚିନ୍ମୟୀ ଚିରଞ୍ଜିବି ମହାନ୍ତି ଓ ଅନ୍ୟ ଶାରୀରିକ ଶିକ୍ଷକ ମାନେ ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୪---୭,୨୦ Sakhigopal News, 16/8/2024